Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଚରିତ୍ରକୁ ସନ୍ଦେହ : ସ୍ତ୍ରୀକୁ ହାଣି କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ

26/08/2019 at 10:09 AM

ପୁରୀ ୨୬/୮: ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଛି ସ୍ବାମୀ। କଟାମୁଣ୍ଡକୁ ବ୍ୟାଗରେ ଧରି ଆଠ କିଲୋମିଟର ସାଇକେଲ ଯୋଗେ ଅସ୍ତରଙ୍ଗ  ଥାନାରେ ସ୍ବାମୀ ପହଞ୍ଚିଛି।

ଅଭିଯୁକ୍ତ ସ୍ବାମୀର ନାଁ ଗଣେଶ୍ବର ବେଉରା ବୋଲି ଜଣା ପଡ଼ିଛି। ଅଭିଯୁକ୍ତ ଗଣେଶ୍ବର ଚେନ୍ନାଇରେ ବ୍ୟବସାୟ କରୁଥିଲା। ଉଭୟଙ୍କର ୮ବର୍ଷ ତଳେ ବିବାହ ହୋଇଥିଲା। ଉଭୟଙ୍କର ୧୯ମାସର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ସେ ସ୍ତ୍ରୀକୁ ମଧ୍ୟ ଚେନ୍ନାଇ ନେଇଯାଇଥିଲା। କିନ୍ତୁ କିଛି ଦିନ ତଳେ ସେମାନେ ଗାଁକୁ ଆସିଥିଲେ। ମୃତ ସ୍ତ୍ରୀଙ୍କ ନାଁ ଅନ୍ନପୂର୍ଣ୍ଣା। ସ୍ବାମୀ ପର ପୁରୁଷଙ୍କ ସମ୍ପର୍କ ରଖିଥିବାରୁ ଅନେକ ଥର ସ୍ତ୍ରୀଙ୍କୁ ଏସବୁ କରିବାକୁ ମନା କରିଥିଲା କିନ୍ତୁ ସ୍ତ୍ରୀ ଏସବୁ କରିବାରୁ ବିରତ ହୋଇନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗଣେଶ୍ବର ତାଙ୍କୁ ବହୁତ ଥର ବିବାହ ବିଚ୍ଛେଦ କଥା ମଧ୍ୟ କହିଥିଲା।

ଗତକାଲି ରାତିରେ ଏହି କଥା ପାଇଁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଲାଗିଥିଲା। ଏହା ପରେ ଗଣେଶ୍ବର ଉଗ୍ରରୂପ ଧାରଣ କରିଥିଲା ଏବଂ ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲା। ଏହା ଦେଖି ଘରେ ଥିବା​ ବାପା ମାଆ ଘରୁ ପଳାଇଯାଇଥିଲେ। ଆଜି ସକାଳେ ଗଣେଶ୍ବର ସ୍ତ୍ରୀଙ୍କ କଟାମୁଣ୍ଡ ବ୍ୟାଗରେ ଧରି ସାଇକେଲରେ ପୋଲିସ ଷ୍ଟେସନକୁ ଆସିଥିଲା। ଏହାପରେ ବ୍ୟାଗକୁ ଟେବୁଲ ଉପରେ ରଖି ଥାନାରେ ଥିବା ଟ୍ୟୁବଓ୍ବେଲରେ ନିଜର ରକ୍ତମୟ ଗୋଡ଼ ଏବଂ ହାତ ଧୋଇଥିଲା। ଏହାପରେ ପୋଲିସକୁ ବ୍ୟାଗ ଖୋଲି କଟାମୁଣ୍ଡ କାଢ଼ିଥିଲା। ଏହା ଦେଖି ପୋଲିସମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତା’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।

   Related Posts