ଖରାପ ରୋଷେଇ କରିବାରୁ ସ୍ତ୍ରୀକୁ ପିଟି ମାରିଦେଲା ସ୍ବାମୀ : ପୋଲିସ କଲା ଗିରଫ
8/07/2019 at 12:22 PM

ସୁନ୍ଦରଗଡ଼ ୮/୭: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଳିଆ ଗାଁରେ ଘଟିଛି ଅଘଟଣ ।

ଖରାପ ରୋଷେଇକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ବଚସା ଚାଲିଥିବାବେଳେ ସ୍ବାମୀ ଉଦିତ ବାଗ ହଠାତ୍ ଏକ ଠେଙ୍ଗାରେ ସ୍ତ୍ରୀ ସୁଶୀଲା ବାଗକୁ ପିଟିଥିଲା। ଘଟଣାସ୍ଥଳରେ ହିଁ ସୁଶୀଲାଙ୍କ ମୃତ୍ୟୁ ହୋଇଯାଇଥିଲା।ଖବର ପାଇ ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସ୍ବାମୀକୁ ଗିରଫ କରିଛି।