ଚା' ପାଇଁ ହତ୍ୟାକାଣ୍ଡ : କଡା ଚା' ତିଆରି ନ କରିବାରୁ ୬ ମାସର ଗର୍ଭବତୀ ପତ୍ନୀକୁ ଛୁରୀ ଭୁସି ହତ୍ୟା କଲା ପତି

Published By : Prameya-News7 Bureau | June 22, 2020 IST

ଲଖିମପୁର ୨୨/୦୬ : ଉତ୍ତର ପ୍ରଦେଶ ଲଖିମପୁର ଖିରି ଅଞ୍ଚଳରେ ପତ୍ନୀ କଡା ଚା' ତିଆରି ନ କରିବାରୁ ପତି ଛୁରୀ ଭୁସି ହତ୍ୟା କରିଛି | ଏହି ଘଟଣା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି | ମୃତକ ରେଣୁ ୬ ମାସର ଗର୍ଭବତୀ ଥିଲେ | ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ମାମଲାର ଯାଞ୍ଚ ହେବ ସହ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି |

ଘଟଣା ଉତ୍ତର ପ୍ରଦେଶ ଲଖିମପୁର ଖିରି ଜିଲ୍ଲା ବରବର ଗାଁରେ ଘଟିଛି | ସୋମବାର ଦିନ ସକାଳୁ ବବଲୁ ନାମକ ଜଣେ ଯୁବକ ନିଜ ପତ୍ନୀକୁ ହତ୍ୟା କରିଛି | ହତ୍ୟା କାରଣ ପତ୍ନୀ କଡା ଚା' ତିଆରି କରିନଥିଲେ | ସକାଳୁ ବବଲୁର ପତ୍ନୀ ଉଠିବା ପରେ ଚା' ତିଆରିକୁ ନେଇ ଉଭୟ ପତି-ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା | ଏଥିରେ ବବଲୁ ଏତେ ରାଗି ଯାଇଥିଲା ଯେ ରୋଷେଇ ଘରେ ଥିବା ଛୁରୀ ପତ୍ନୀକୁ ଭୁସି ହତ୍ୟା କରିଥିଲା ଏବଂ ଘରୁ ଫେରାର ହୋଇଯାଇଥିଲା |

ରେଣୁଙ୍କ ଦାଦା ରାମ ସିଂହ କହିଛନ୍ତି ଯେ ବବଲୁ ଓ ରେଣୁଙ୍କ ବିବାହ ୧୬ ବର୍ଷ ପୂର୍ବରୁ ହୋଇଥିଲା | ଉଭୟଙ୍କ ୩ ସନ୍ତାନ | ସେ ୬ ମାସର ଗର୍ଭବତୀ ଥିଲେ | ବବଲୁ ଅତ୍ୟନ୍ତ ରାଗି ଥିଲା | ସେ ସବୁବେଳେ ଛୋଟ ଛୋଟ କଥାରେ ରେଣୁଙ୍କ ସାଙ୍ଗେ ଝଗଡା କରୁଥିଲା ଓ ମାରପିଟ ମଧ୍ୟ କରୁଥିଲା | ଆଜି ସକାଳେ ଏତେ ରାଗି ଯାଇଥିଲା ଯେ ରେଣୁକୁ ହତ୍ୟା କରିଦେଇଥିଲା | ଘଟଣା ସମ୍ପର୍କରେ ଖିରି ପୋଲିସ ଅଧିକ୍ଷକ କହିଛନ୍ତି ଯେ ଅଭିଯୁକ୍ତ ବବଲୁକୁ ଶୀଘ୍ର ଗିରଫ କରି ଜେଲ ପଠାଇ ଦିଆଯିବ | ସେ ଫେରାର ଅଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.