Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକଲା ସ୍ବାମୀ ; କଟା ମୁଣ୍ଡ ଧରି ପହଞ୍ଚିଲା ଥାନାରେ

ମୁରୈନା ୨୧|୨: ମଧ୍ୟପ୍ରଦେଶ ମୁରୈନା ଜିଲ୍ଲା ମହୁଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କୁରାଢୀରେ ମୁଣ୍ଡ କାଟି ହତ୍ୟା କରିଛି । କଟା ମୁଣ୍ଡକୁ ପଲିଥିନ୍ ବ୍ୟାଗ୍ ରେ ଭର୍ତ୍ତି କରି ଥାନାରେ ପହଞ୍ଚିଥିଲା । ତାଙ୍କୁ ପୋଲିସ ସେଠାରେ ଗିରଫ କରିଛି ।

ପୋଲିସ ଅଧୀକ୍ଷକ ରିୟାଜ ଇକବାଲ କହିଛନ୍ତି ଯେ, କେଦାରପୁର ନିବାସୀ ୩୨ବର୍ଷୀୟ ଗବ୍ବର ସଖଓ୍ବାର ନିଜ ସ୍ତ୍ରୀ ୩୦ବର୍ଷୀୟ ପଙ୍କଜଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ । ସନ୍ଦେହ ଏତେମାତ୍ରାରେ ବଢି ଯାଇଥିଲା ଯେ, ଗତକାଲି ସେ ପ୍ରଥମେ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ ଏବଂ ପରେ କୁରାଢୀ ସାହାଯ୍ୟରେ ମୁଣ୍ଡ କାଟି ହତ୍ୟା କରିଦେଇଥିଲେ । ହତ୍ୟା ଘଟଣାର ପୋଲିସ ତଦନ୍ତ କରୁଛି ।

ଖଡଗପୁର ଥାନା ସିହୋନିୟା ନିବାସୀ ପଙ୍କଜଙ୍କ ବିବାହ ଗବ୍ବରଙ୍କ ସହ ୧୦ବର୍ଷ ପୂର୍ବରୁ ହୋଇଥିଲା । ଉଭୟଙ୍କର ତିନୋଟି ପୁଅ ଅଛନ୍ତି । ତିନି ପୁଅ ୭ବର୍ଷୀୟ ଅମନ, ୪ବର୍ଷୀୟ କୃଷ୍ଣ ଏବଂ ୩ବର୍ଷୀୟ ଅମିତ । ଗବ୍ବର ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିଥିଲା । ଘଟାଣା ବେଳେ କେବଳ ତାଙ୍କ ବଡ ପୁଅ ଅମନ ଘରେ ଉପସ୍ଥିତ ଥିଲେ ।

147 Views

   ସମ୍ବନ୍ଧିତ ଖବର