ଚାକର ସହ ପଳାଇଲା ପତ୍ନୀ : ଶଳା-ଭିଣୋଇ ଟପିଗଲେ ସବୁ ସୀମା…

Published By : Prameya-News7 Bureau | July 17, 2020 IST

ଫିରୋଜାବାଦ ୧୭/୭: ଜଣେ ଚାକରକୁ ମାଲିକଙ୍କ ପୁତୁରାର ପତ୍ନୀକୁ ଭଲ ପାଇବା ମହଙ୍ଗା ପଡ଼ିଛି। ସେ ଫେରିବାରୁ ପ୍ଲାନିଂ ସହ ତାଙ୍କ ମର୍ଡ଼ର କରି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସରେ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାର ପର୍ଦ୍ଦାଫାସ କରିଛି ଉତ୍ତରପ୍ରଦେଶର ଫିରୋଜାବାଦ ପୋଲିସ୍।

ଫିରୋଜାବାଦ ଜିଲ୍ଲାର ନସୀରପୁର ଥାନା ଅଞ୍ଚଳରେ ଜୁନ୍ ୯ତାରିଖରେ ଜଣେ ଯୁବକଙ୍କ ଶବ ଜବାହର ପୋଲ ତଳେ ମିଳିଥିଲା। ଜୁଲାଇ ୧୨ତାରିଖରେ ମୃତକଙ୍କ ପରିଚୟ ଫରୁଖାବାଦ ବାସିନ୍ଦା ବଣ୍ଟି କଠୋରିଆ ବୋଲି ଜଣା ପଡ଼ିଥିଲା।

 ମୃତକ ବଣ୍ଟି ପିଲାଦିନୁ ମୈନପୁରୀ ଗାଁର ଚନ୍ଦ୍ରପୁରରେ ସର୍ବେଶଙ୍କ ଘରେ ଚାକିରୀ କରୁଥିଲେ। ବଣ୍ଟିଙ୍କର ସର୍ବେଶଙ୍କ ପୁତୁରାର ପତ୍ନୀ ରିଙ୍କି ସହ ସମ୍ପର୍କ ସ୍ଥାପନ ହୋଇଥିଲା।

ଦିନେ ବଣ୍ଟି ସନ୍ଦୀପର ପତ୍ନୀ ରିଙ୍କିଙ୍କୁ କାନପୁର ନେଇ ଆସିଥିଲା। ଏକଥା ସନ୍ଦୀପ ଜାଣିବା ପରେ ନିଜର କିଛି ସାଥୀଙ୍କ ସହ ବଣ୍ଟିଙ୍କୁ ରିଙ୍କିଙ୍କ ରାସ୍ତାରୁ ହଟାଇବାର ଯୋଜନା କରିଥିଲା।

ସନ୍ଦୀପ ନିଜ ଶଳା,ଖୁଡ଼ୀ ପୁଅ ଭାଇ ସାହାଯ୍ୟରେ ବଣ୍ଟିକୁ ହତ୍ୟା କରିଥିଲା ଏବଂ ଶବକୁ ନସୀରପୁର ଥାନା ଅଞ୍ଚଳରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସରେ ଜବାହର ପୋଲ ତଳେ ଫିଙ୍ଗି ଦେଇଥିଲା।

ବଣ୍ଟିଙ୍କ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଏବଂ ତାଙ୍କ ଶଳା ପ୍ରଦୀପକୁ ଗିରଫ କରି ଜେଲ୍ ପଠାଯାଇଛି। ଯେଉଁ ଅଭିଯୁକ୍ତମାନେ ଫେରାର ଅଛନ୍ତି ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.