Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସୈତାନ ସ୍ବାମୀର ଅମାନୁଷିକ କାଣ୍ଡ: କାଠ ଫାଳିଆରେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ମାରି ଦେଲା

11/06/2020 at 4:07 PM

ଉଦଳା୧୧/୬: ସାମାନ୍ୟ କଥାରୁ ହେଲା ବଚସା। ଆଉ ଉତ୍‌କ୍ଷିପ୍ତ ସ୍ବାମୀ ଅତି ନିର୍ମମ ଭାବେ ସ୍ତ୍ରୀକୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । ସ୍ବାମୀ ଏବଂ ସ୍ତ୍ରୀ ସାଙ୍ଗରେ ହାଟକୁ ଯାଇଥିଲେ । ହେଲେ ହାଟରୁ ଫେରିବା ପରେ ରୋଷେଇ ଆରମ୍ଭ କରିବାରେ ସ୍ତ୍ରୀ ବିଳମ୍ବ କରିବାରୁ ଅତି ବିଭତ୍ସ ଭାବେ ସ୍ତ୍ରୀକୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ସୈତାନ ସ୍ବାମୀ । କପ୍ତିପଦା ଥାନା ଅଧତ୍ନ ପଥରଖଣି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପଥର ଖଣି ଗ୍ରାମର ଜୁଲୁ ଭକ୍ତା ଏବଂ ତାଙ୍କ ସ୍ତ୍ରୀ ନିନି ଭକ୍ତା ମିଶି ଗତକାଲି ନିକଟସ୍ଥ ହାଟକୁ ଯାଇଥିଲେ । ସନ୍ଧ୍ୟା ସମୟରେ ହାଟରୁ ଫେରିବା ପରେ ଉଭୟ ଘରେ ପହଁଞ୍ଚିଥିଲେ। ଘରେ ପହଂଚିବା ପରେ ରୋଷେଇ କରିବାରେ ସ୍ତ୍ରୀ ନିନି ବିଳମ୍ବ କରିଥିଲେ ।

 ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ । ବଚସା ଏତେ ଉଗ୍ରରୂପ ନେଲା ଯେ ସ୍ତ୍ରୀ ନିନିଙ୍କୁ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ଜହ୍ଲାଦ ସ୍ବାମୀ ଜୁଲୁ । ଏହି ହତ୍ୟାକାଣ୍ଡ  କରିବା ପରେ ଅଭିଯୁକ୍ତ ଜୁଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାସହ ତାଙ୍କ ଦୁଇ ଝିଅ ଯାଇ ପଡୋଶୀଙ୍କୁ ଡାକିଥିଲେ । ପଡୋଶୀ ଏ ବାବଦରେ ଜାଣିବା ପରେ ଏ ନେଇ କପ୍ତିପଦା ଥାନାକୁ ଖବର ଦେଇଥିଲେ। କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ତଦନ୍ତ ଆରମ୍ଭ କରିଛି। ତବେ ଅଭିଯୁକ୍ତ ସ୍ବାମୀ ଫେରାର ରହିଛି । ଅନ୍ୟପଟେ ସ୍ବାମୀ ଜୁଲୁ ସ୍ତ୍ରୀ ନିନିର ଗୋଡ, ଛାତି, ମୁଣ୍ଡ ଏବଂ ହାତକୁ କାଠ ଫାଳିଆରେ ବାଡେଇ ହତ୍ୟା କରିଥିବା ଜଣାଯାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଛି।

   Related Posts