Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ଜହ୍ଲାଦ ସ୍ବାମୀ, ହତ୍ୟା ପରେ ହୋଇଗଲା ଫେରାର

13/11/2019 at 12:55 PM

ଉଦଳା ୧୩।୧୧: ସାମାନ୍ୟ ଘଟଣାକୁ ନେଇ ବଚସା ହେବା ପରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ଜହ୍ଲାଦ ସ୍ବାମୀ । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ । 

ସୂଚନାଯେୋଗ୍ୟ ଯେ, ସାମାନ୍ୟ କଥାକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ପାରିବାରିକ କଳହ ଏତେ ବଡ ସାଂଘାତିକ ହୋଇଗଲା ଯେ ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରିଲା ଜହ୍ଲାଦ ସ୍ବାମୀ । ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ ।

ନାବରା ବିସ୍ଥାପିତ କଲୋନୀର ବାସିନ୍ଦା ବାସନ୍ତୀ ହୋ ଏବଂ ତାଙ୍କ ସ୍ବାମୀ ରାସାଏ ହୋ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ବଚସା ହୋଇଥିଲା । ଯାହାକି ବଚସା ଏତେ ଉଗ୍ର ରୂପ ନେଲା ଯେ ସ୍ତ୍ରୀ ବାସନ୍ତୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଲା ସ୍ବାମୀ ରାସାଏ ।

ଘଟଣା ଘଟାଇବା ପରେ ରାସାଏ ଫେରାର ହୋଇଯାଇଥିବା ବେଳେ ଆଜି ସକାଳୁ ପରିବାର ଲୋକେ ଘର ଭିତରେ ବାସନ୍ତୀର ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବାସନ୍ତୀଙ୍କ ଶାଶୁଙ୍କ କହିବା ଅନୁସାରେ ତାଙ୍କ ପୁଅ ହିଁ ବୋହୂକୁ ହତ୍ୟା କରି ଫେରାର ହୋଇଯାଇଛି ।

   Related Posts