ଜହ୍ଲାଦ ସ୍ବାମୀ : ଖାଇବାକୁ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା

Published By : Prameya-News7 Bureau | September 22, 2021 IST

ଉଦଳା ୨୨।୯: ଘରୋଇ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ଵାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା କରପଦା ଗ୍ରାମରେ । 

{"id":515974,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କରପଦା ଗ୍ରାମର କାହ୍ନୁ ହାଁସଦା ବୁଧବାର ରାତିରେ କାମ ସାରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସ୍ତ୍ରୀ ଫୁଲ ହାଁସଦାକୁ ଖାଇବାକୁ ମାଗିଥିଲେ ।  ହେଲେ ଫୁଲ ଖାଇବାକୁ ଦେଇ ନଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ସ୍ଵାମୀ କାହ୍ନୁ ଏକ ଠେଙ୍ଗାରେ  ସ୍ତ୍ରୀକୁ ପିଟି ପିଟି ଗୁରୁତର କରିଥିଲା । ତେବେ ଭୋର ସମୟରେ ଯେତେବେଳେ ଫୁଲକୁ ତାଙ୍କ ସ୍ଵାମୀ ଡାକିଥିଲେ ସେ ଉଠି ନଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛି ।  ଅନ୍ୟପଟେ କପ୍ତିପଦା ପୋଲିସ ଅଭିଯୁକ୍ତ ଜହ୍ଲାଦ ସ୍ଵାମୀ କାହ୍ନୁ ହାଁସଦାକୁ ଗିରଫ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.