ନିଖୋଜର ୨୦ଦିନ ପରେ ମିଳିଲା ଆରତୀଙ୍କ ମୃତଦେହ, ହତ୍ୟା କରି ପୋତି ଦେଇଥିଲା ସ୍ବାମୀ

Published By : Prameya-News7 Bureau | January 18, 2020 IST

ସମ୍ବଲପୁର ୧୮।୧: ମାଟି ତଳୁ ମିଳିଲା ମୃତଦେହ । ଦୀର୍ଘ ୨୦ ଦିନ ପରେ ସମ୍ବଲପୁର ଧନୁପାଲି ପୋଲିସ ସାକ୍ଷୀପଡାରୁ ନିଖୋଜ ଥିବା ଆରତୀ ଦେବୀଙ୍କର ମୃତଦେହ ଉଦ୍ଧାର କରିଛି । ମୃତ ଅରତୀଙ୍କ ସ୍ବାମୀ କୁନାଲ ସିଂହକୁ ପୋଲିସ ବିହାରରୁ ଗିରଫ କରିଛି ।

{"id":212840,"sizeSlug":"large"}

କୁନାଲକୁ ଧରିବା ପରେ ପୋଲିସ ଆରତୀ ନିଖୋଜ ଘଟଣାରୁ ପରଦା ଉଠାଇଛି । କୁନାଲ ତାଙ୍କ ସ୍ତ୍ରୀଙ୍କୁ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଥିବା ଆମ୍ଭବୁରେଇଠାରେ ହତ୍ୟା କରି ପୋତି ଦେଇଥିବା କହିଥିଲା । ଏହାପରେ ଆଜି ପୋଲିସ ଅଭିଯୁକ୍ତକୁ ଧରି ଘଟଣାସ୍ଥଳରେ ପହଁଚିଥିଲା ।

{"id":212841,"sizeSlug":"large"}

ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ଷକ ତଳେ କୁନାଲ ସିଂହକୁ ବିବାହ କରିଥିବା ଆରତୀ ଦେବୀ ଗତ ଡିସେମ୍ବର ୩୧ତାରିଖରୁ ନିଖୋଜ ଥିଲେ । ଆଜି ମାଟି ତଳୁ ତାଙ୍କ ମୃତଦେହ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.