ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ

Published By : Prameya-News7 Bureau | July 27, 2019 IST

ପାଟଣା ୨୭|୭: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗାଲଫୁଲା ଗାଁ ମୁଣ୍ଡା ସାହିର ଘଟିଛି । ମୃତକ ହେଲେ ବେଲ ମୁଣ୍ଡା । ଅଭିଯୁକ୍ତ ସ୍ବାମୀ ବିର ମୁଣ୍ଡା ଥାନାରେ ଅଟକ ।

{"id":137889}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗାଲଫୁଲା ଗାଁ ମୁଣ୍ଡା ସାହିର ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ରୋଷେଇକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସ୍ବାମୀ ବିର ମୁଣ୍ଡା ଉତକ୍ଷିପ୍ତ ହୋଇ ସ୍ତ୍ରୀ ବେଲ ମୁଣ୍ଡାକୁ ବାଡେଇ ଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡି ମୃତ୍ୟୁ ବରଣ କରିଥିଲେ ସ୍ତ୍ରୀ ।  ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅଭିଯୁକ୍ତ ସ୍ବାମୀ ବିର ମୁଣ୍ଡାକୁ ଥାନାରେ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.