ପାରିବାରିକ କଳହର କରୁଣ ପରିଣତି : ଗଂଜାମ ନରେନ୍ଦ୍ରପୁରରେ ସ୍ତ୍ରୀକୁ ପିଟି ପିଟି ପଟି ହତ୍ୟା , ଅଭିଯୁକ୍ତ ସ୍ବାମୀ ଅଟକ

Published By : Prameya-News7 Bureau | January 28, 2019 IST

ବ୍ରହ୍ମପୁର୨୮|୧: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଗଂଜାମ ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ଲିସାରାଣୀ ସେନାପତି । ସ୍ବାମୀ ବାବୁଲା ବାଡ଼େଇଥିବା ନେଇ ସ୍ତ୍ରୀ ଘର ଦାଣ୍ଡରେ ବସି ଗାଁ ଲୋକଙ୍କୁ କହିଥିଲା । ଏଥିରେ ରାଗିଯାଇ ସ୍ବାମୀ ଲୁହା ରଡ୍‌ରେ ପିଟି ପିଟି ମାରିଦେଲା ସ୍ତ୍ରୀ ଲିସାରାଣୀଙ୍କୁ ।

{"id":79115}

ବାବୁଲା ତାଙ୍କ ଭାଉଜଙ୍କ ସହ ଅନୈତିକ ସଂପର୍କ ରଖୁଥିବା ଲିସାରାଣୀ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା । ଅଭିଯୁକ୍ତ ସ୍ବାମୀ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

{"id":79116}

ନାବାଳିକା ଝିଅ ଆଗରେ  ବାପା ହତ୍ୟା କରିଛି ମାକୁ ।  ସ୍ତ୍ରୀକୁ ମାରିବା ପରେ ସ୍ବାମୀ ବାବୁଲା ବଡଭାଇଙ୍କ ଘରକୁ ଯାଇ ସବୁ କଥା କହିଥିଲା । ପୋଲିସ୍ ପହଞ୍ଚି ମୃତ ଦେହକୁ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଇଛନ୍ତି।

{"id":79117}

ହତ୍ୟାକାରୀ ସ୍ବାମୀ ବାବୁଲାକୁ ଅଟକ ରଖି ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି। ହତ୍ୟାରେ ଅନ୍ୟ କାହାର ସଂପୃକ୍ତି ଜଣାପଡିଲେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଛତ୍ରପୁର ଏସ୍.ଡି.ପି.ଓ ରମେଶ ଚନ୍ଦ୍ର ସେଠୀ।ଅଭିଯୁକ୍ତ ସ୍ବାମୀ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଏବେ ଦୁଇବର୍ଷ ହେବ ସେ ସେନା ବାହିନୀରୁ ଅବସର ନେଇଛନ୍ତି ।

{"id":79118}

ସାମାନ୍ୟ ସନ୍ଦେହ ଏବଂ ପାରିବାରିକ କଳହ  ଗୋଟିଏ  ପରିବାରକୁ କେମିତି ଛାରଖାର କରିଦିଏ ଇଏ ହେଉଛି ତାର ବଡ଼ ଉଦାହରଣ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.