ସ୍ବାମୀର କୁରାଢି ଚୋଟରେ ସ୍ତ୍ରୀ ମୃତ

Published By : Prameya-News7 Bureau | June 09, 2019 IST

ମାର୍ଶାଘାଇ ୯|୬: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅରଖକୁଦ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀର କୁରାଢି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅରଖକୁଦ ଗ୍ରାମର ସ୍ବାମୀ ଚନ୍ଦନ କୁମାର ଜେନାଙ୍କ ସହ ସ୍ତ୍ରୀ କନକଲତାଙ୍କର ଝଗଡା ହୋଇଥିଲା। ଫଳରେ ସ୍ବାମୀ ଚନ୍ଦନ ଉତ୍ୟକ୍ତ ହୋଇ ସ୍ତ୍ରୀକୁ କୁରାଢିରେ ହାଣିଦେଇଥିଲେ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ କନକଲତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ସ୍ବାମୀ ପାଟକୁରା ଥାନାରେ ଆଜି ସକାଳୁ ଆତ୍ମସମର୍ପଣ କରିଛି। ମହିଳାଙ୍କ ଘର ମାହାଙ୍ଗା ଥାନା କୁମୁଡା ଜୟପୁର ହୋଇଥିବା ବେଳେ ଶାଶୁଘର ଲୋକ ସମେସ୍ତେ ମୋ ଭଉଣୀକୁ ମାରିଦେଇଥିବା ଭାଇ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.