ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ

Published By : Prameya-News7 Bureau | June 18, 2019 IST

କରଞ୍ଜିଆ ୧୮|୬: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମହୁଲଡିହା ଥାନା କୋଇଲିପାଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶ୍ବଶୁର ଘରକୁ ଆସି ସ୍ବାମୀ ତା ସ୍ତ୍ରୀକୁ କିରାସିନି ଢାଳି ପୋଡି ମାରିଦେଇଛି ।

{"id":124206}

ସୂଚନାଯୋଗ୍ୟ ଯେ, ଭଦୁବେଡା ଗ୍ରାମର ପ୍ରଫୁଲ୍ଲ ନାଏକ କୋଇଲିପାଳ ଗ୍ରାମର ଲିଜା ନାଏକକୁ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଗତକାଲି ରାତିରେ କୋଇଲିପାଳ ଗ୍ରାମରେ ଯାତ୍ରା ଚାଲୁଥିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଫୁଲ୍ଲ ଲିଜାକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ପହଂଚିବା ପରେ ଲିଜାର ମୃତ୍ୟୁ ହୋଇଥିଲା । ତେବେ ଏନେଇ ମହୁଲଡିହା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.