ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
30/06/2019 at 11:06 AM

କଳାହାଣ୍ଡି ୩୦/୬: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାଟି ଘଟିଛି ଜୟପାଟଣା ଥାନା କପୁରମାଲରେ। ବେଲ ମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅଭିଯୁକ୍ତ ସ୍ବାମୀ ଆଗଷ୍ଟି ମାଝୀ ଫେରାର ରହିଛି ।

ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇ ବର୍ଷ ହେବ ବିବାହ ପରେ ଆଗଷ୍ଟି ଶାଶୁ ଘର ଗାଁରେ ରହୁଥିଲା । ଆଜି ସକାଳ ନଅଟାବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୁଚନା ଦେଇଛି ।
Related Posts
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021