ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Published By : Prameya-News7 Bureau | September 23, 2019 IST

ଘଟଗାଁ ୨୩।୯: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":161308}

ସୂଚନାଯୋଗ୍ୟ ଯେ, ବଣମହୁଲଡିହା ଗ୍ରାମର ସୁନିଆ ମୁଣ୍ଡା ଓ ତାଙ୍କ ପତ୍ନୀ ମାନି ମୁଣ୍ଡାଙ୍କ ମଧ୍ୟରେ ସଂନ୍ଧ୍ୟା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ପରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା । ଫଳରେ ନୃସଂଶ ସ୍ଵାମୀ ସୁନିଆ ମୁଣ୍ଡା ପତ୍ନୀ ମାନି ମୁଣ୍ଡାଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ଦେଇଥିଲା।  ଘଟଣାସ୍ଥଳରେ ମାନି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.