ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ : ହତ୍ୟା ପରେ ଥାନାରେ କଲା ଆତ୍ମସମର୍ପଣ
9/11/2019 at 3:58 PM

ବଲାଙ୍ଗିର ୯।୧୧: ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଛି । ବଲାଂଗୀର ଜିଲ୍ଲା ବଂଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୃତ ମହିଳା ୩୬ ବର୍ଷ ବୟସ୍କା ରୀନା ସାହୁ । ହତ୍ୟା ପରେ ସ୍ବାମୀ ଗୋଦାବରୀ ସାହୁ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ବଂଗୋମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ୩ ଝିଅ ଗୋଟିଏ ପୁଅ ଅଛନ୍ତି ।

ପାରିବାରିକ କଳହକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ସ୍ତ୍ରୀର ଶବକୁ ଜବତ କରି ହତ୍ୟାକରୀ ସ୍ବାମୀକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ବଂଗୋମୁଣ୍ଡା ପୋଲିସ । ହତ୍ୟା ପରେ ଭାଲୁମୁଣ୍ଡା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021