ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ବାମୀ

Published By : Prameya-News7 Bureau | June 09, 2019 IST

ବାଲିଗୁଡା ୯|୬: କନ୍ଧମାଳ ଜିଲ୍ଲା ସାରଂଗଡ ଥାନା ଅନ୍ତର୍ଗତ ପାଟାଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ବାମୀର ହାମାର ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି ।ସ୍ବାମୀ ପ୍ରଶାନ୍ତ ନାୟକ ଓ ସୁଦେସ୍ନା ନାୟକ ଉଭୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ । ପରେ ସ୍ବାମୀ ପ୍ରଶାନ୍ତ ଏକ ଲୁହା ହାମାରରେ ସ୍ତ୍ରୀର ମୁଣ୍ଡରେ ଶକ୍ତ ଆଘାତ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସୁଦେସ୍ନାଙ୍କର ଜୀବନ ଯାଇଥିଲା ।

{"id":121291}

ସାନପୁଅଙ୍କ ଏତଲା ପରେ ସାରଂଗଡ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.