Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀର ଥିଲା ପରକୀୟା ପ୍ରୀତି, ରାତି ଅଧରେ ଆସୁଥିଲା କଲ୍, ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

1/07/2020 at 10:16 PM

ଚଣ୍ଡିଗଡ, ୦୧|୦୭:   ପଞ୍ଜାବର ଘନୌରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି ।

ଘନୌରର କାମୀଖୁର୍ଦରେ ଜଣେ ୩୫ ବର୍ଷୀୟା ବିବାହିତା ମହିଳାଙ୍କୁ ବୁଧବାର ସନ୍ଧ୍ୟାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ବେଳେ ମହିଳାଙ୍କ ସ୍ୱାମୀ ଓ ୨ ଝିଅ ଘରେ ଥିଲେ । ତେବେ ଅନ୍ୟ ପରିବାର ସଦସ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ । ମୃତକ ମହିଳା ହେଲେ କାଜଲ ବେଗମ । ସେ ୧୦ ବର୍ଷ ପୂର୍ବେ ଲକଭି ମହମ୍ମଦଙ୍କୁ ବିବାହ କରିଥିଲେ । ଲକଭି ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

କାଜଲଙ୍କ ବଡ ଝିଅଙ୍କ କହିବାନୁସାରେ, ତାଙ୍କ ସାମ୍ନାରେ ହିଁ ଲଖଭି କାଜଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏପରିକି ମୁଣ୍ଡକୁ ରଡରେ ଆକ୍ରମଣ କରି ହତ୍ୟା କରାଯାଇଥିଲା ।  ପୂର୍ବରୁ ଉଭୟ ଲଖଭି ଓ କାଜଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ କାଜଲ ଆଉ ଜଣେ ଯୁବକଙ୍କ ସହ ଫୋନରେ କଥା ହେଉଥିଲେ। ଏପରିକି ରାତି ଅଧରେ ମଧ୍ୟ କେହି ଜଣେ ଯୁବକ କାଜଲଙ୍କୁ ଫୋନ କରୁଥିଲେ । ତେଣୁ ସେ କ୍ରୋଧର ବଶବର୍ତ୍ତୀ ହୋଇ ଏକ ଲୁହା ରଡରେ କାଜଲଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହେଉଛି ।

ତେବେ ପୋଲିସ କାଜଲଙ୍କ ମୃତଦେହ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ । ତେବେ ଲଖଭିଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

   Related Posts