Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||

ଘରେ ଏସି ଲଗାଇବା ଜିଦ୍‌ରୁ ଘର ହୋଇଗଲା ଛିନଛତ୍ର

6/08/2020 at 2:32 PM

ଆଗ୍ରା ୬/୮: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମହିଳା ଘରେ ଏସି ଲଗାଇବା ଦାବି ପୂରଣ ନହେବାରୁ ୨ନିରୀହ ଝିଅକୁ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ମହିଳାଙ୍କ ସ୍ବାମୀ ତାଙ୍କୁ ଛୁରୀ ଭୁଷି ଦେଇଥିଲେ। ଏଥିରେ ତାଙ୍କ ବଡ଼ ଝିଅ ଏବଂ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଝିଅଟି ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛି।

ଆଗ୍ରାର ମଲପୁରା ଅଞ୍ଚଳରେ ପ୍ରଥମେ ପତ୍ନୀ ୨ନିରୀହ ଶିଶୁକୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ବଡ଼ ଝିଅର ମୃତ୍ୟୁ ହୋଇଥିବାବେଳେ ସାନ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ଝିଅଙ୍କୁ ଛୁରୀରେ ଆକ୍ରମଣ କରିବା ସମୟରେ ସ୍ବାମୀ ଦେବେନ୍ଦ୍ରଙ୍କ ନଜର ପଡ଼ିବାରୁ ସେ ତାଙ୍କଠୁ ଛୁରୀ ଛଡ଼ାଇ ତାଙ୍କୁ ଭୁଷି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପଛରେ ପତ୍ନୀଙ୍କ ଜିଦ ମୁଖ୍ୟ କାରଣ ବୋଲି କୁହାଯାଉଛି। ମହିଳା ତାଙ୍କ ସ୍ବାମୀଙ୍କୁ ଦୀର୍ଘ ଦିନରୁ ଘରେ ଏସି ଲଗାଇବାକୁ ଜିଦ୍ କରୁଥିଲେ।

କିନ୍ତୁ ସ୍ବାମୀଙ୍କ ପାଖରେ ଏତେ ସମ୍ବଳ ନଥିବାରୁ ସେ ଏସି ଲଗାଇ ପାରୁନଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସକାଳ-ସନ୍ଧ୍ୟା ଝଗଡ଼ା ହେଉଥିଲା।

ତାଙ୍କ ଦାବି ପୂରଣ ନହେବାରୁ ମାନସିକ ଭାରସାମ୍ୟ ହରାଇ ନିଜ ଶିଶୁଙ୍କୁ ପ୍ରାଣଘାତୀ ଆକ୍ରମଣ କରିଥିଲେ ଯାହା ପରେ ନିଜ ଜୀବନ ମଧ୍ୟ ହରାଇ ବସିଥିଲେ। ସ୍ବାମୀ ଦେବେନ୍ଦ୍ରଙ୍କୁ ପୋଲିସ୍ ଗିରଫ କରିଛି ଏବଂ ଏହି ମାମଲାର ତଦନ୍ତ କରୁଛି।

   Related Posts