Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାହାସହ ଫୋନ୍‌ରେ ଏତେ ସମୟ ଗପୁଛି ବୋଲି ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଧୁର୍ମୁସରେ ପିଟି ମାରିବାପରେ ପେଟ୍ରୋଲ ଢାଳି ଜାଳିଥିଲା ରୁଦ୍ର

26/10/2019 at 3:33 PM

ଜଗତସିଂହପୁର ୨୬|୧୦: ରାଗ ମଣିଷକୁ କେତେ ନିଚ କରିଦେଇପାରେ । ଆଉ ସେ ରାଗ ଯଦି ପତ୍ନୀର ଚରିତ୍ରକୁ ସନ୍ଦେହଜନିତ ହୋଇଥାଏ ତାହେଲେ ଏହା ଯେ, ମରଣାନ୍ତକ ହେବ ଏହା ନିଃସନ୍ଦେହ । ଏହାର ନିଚ୍ଛକ ଉଦାହରଣ ହେଉଛି ଜଗତସିଂହପୁର ଜିଲ୍ଲା ସଦର ଥାନା ସାନତିହିଡା ଗାଁରେ ଗତ ଗୁରୁବାର ରାତିରେ ଘଟିଥିବା ଲୋମଟାଙ୍କୁରା ଘଟଣା  ।  ସାତଜନ୍ମ ପାଇଁ ସାଥୀ କରିଥିବା ସ୍ତ୍ରୀକୁ ସ୍ବାମୀ ପ୍ରଥମେ ଲୁହା ଧୁର୍ମୁସରେ ଛେଚି ହତ୍ୟା କଲାପରେ ପେଟ୍ରୋଲ ପକାଇ ଜାଳି ଦେଇଥିଲା । ରାତିରେ ଏଭଳି କାଣ୍ଡ ଭିଆଇବା ପରେ ବଡି ଭୋରରୁ  ୭କିଲୋମିଟର ଚାଲିଚାଲି ଯାଇ ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ସ୍ବାମୀ ରୁଦ୍ର ପ୍ରସନ୍ନ ରାଉତ ।

କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ଯାହାର ଚିତ୍ର ଦେଖିବାକୁ ମିଳିଛି ଜଗତସଂହପୁର ସଦର ଥାନା ତିହଡା ଗାଁରେ  । ପାରିବାରିକ କଳହରୁ ନିଜର ହିତାହିତ ଜ୍ଞାନ ହରାଇ ସାତଜନ୍ମର ସାଥୀ ପତ୍ନୀକୁ ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ ସ୍ବାମୀ ।  ପ୍ରଥମେ ଧୁର୍ମୁସରେ ଛେଚି ସ୍ତ୍ରୀକୁ ହତ୍ୟା କଲା ପରେ ବାଇକ୍‌ରୁ ପେଟ୍ରୋଲ କାଢ଼ି ମୃତଦେହ ଉପରେ ଢାଳି ନିଆଁ ଲଗାଇଦେଇଥିଲା। ଗାଁଠାରୁ ନିଛାଟିଆ ସ୍ଥାନରେ ସେମାନଙ୍କ ଘର ଥିବାରୁ ଗାଁଲୋକ ଏଭଳି ହତ୍ୟାକାଣ୍ଡର ସାମାନ୍ୟ ସୁରାକ ବି ପାଇନାହାନ୍ତି ।  ଏଭଳି କାଣ୍ଡ ଭିଆଇବା ପରେ ଦୀର୍ଘ ୭କିଲୋମିଟର ଚାଲିଚାଲି ଯାଇ ଶେଷରେ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ରୁଦ୍ର ପ୍ରସନ୍ନ ରାଉତ।

ତେବେ ରୁଦ୍ର ରାଗିଲା କାହିଁକି । କାହିଁକି ସେ ଏଭଳି କାଣ୍ଡ ଘଟାଇଲା ଯେଉଁଥିରେ ସେ ନିଜେ ବି ନିଜକୁ କ୍ଷମା କରିପାରିବନି । ଏହା ପଛରେ ରହିଛି ଦେଶବ୍ୟାପୀ ଧିରେ ଧିରେ ଗୁରୁତର ରୂପ ନେଉଥିବା ବେରୋଜଗାରୀ ସମସ୍ୟା । ଯାହାକୁ ନେଇ ରାଜନୀତି, ଅର୍ଥନୀତି, ସାମାଜିକ ସ୍ଥିତି ଦୋହଲି ଯାଇଛି । ରୁଦ୍ର ବାହାରେ ରହି ରୋଜଗାର କରୁଥିଲେ । ହେଲେ ହଠାତ୍ ଚାକିରୀ ହରାଇ କିଛିମାସ ହେଲା ସେ ଗାଁକୁ ଫେରି ଆସିଥିଲା । ପରିବାରରେ ଅଭାବ ଅନଟନ ଲାଗି ରହିଥିଲା । ଯେଉଁଥିପାଇଁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । କିନ୍ତୁ ଏହି ବିଭତ୍ସ ଓ ନୃଶଂସ ହତ୍ୟାକାଣ୍ଡ ପଛର ଆଉ ଏକ କାରଣ ସାମ୍ନାକୁ ଆସିଛି । ତାହା ହେଉଛି ସ୍ତ୍ରୀର ଚରିତ୍ରକୁ ରୁଦ୍ରର ସନ୍ଦେହ । ଆର୍ଥିକ ଅନଟନ ସାଂଗକୁ ସ୍ତ୍ରୀର ଚରିତ୍ରକୁ ସଂଦେହ ହିଁ ଶେଷରେ ସଂଗୀନ ରୂପ ନେଇଥିଲା ।

ରୁଦ୍ରଙ୍କ ସ୍ତ୍ରୀ ଟେଲିଫୋନରେ କାହା ସହ ଅଧିକାଂଶ ସମୟ କଥା ହେଉଥିବାରୁ ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁବାର କଳହ ହେଉଥିଲା । ଟେଲିଫୋନରେ କାହାସହ କଥା ହେବା ନେଇ ସ୍ତ୍ରୀ ଯେଉଁ ସଫେଇ ଦେଉଥିଲେ ସେଥିରେ ରୁଦ୍ରର ମନ ସନ୍ତୁଷ୍ଟ ହେଉନଥିଲା । ଦିନକୁ ଦିନ ସନ୍ଦେହ ଅଧିକ ଦୃଢୀଭୂତ ହେବାରେ ଲାଗିଥିଲା । ଏହି ସଂଦେହର କର୍କଟ ରୋଗ ରୁଦ୍ରର ସମଗ୍ର ମାନବିକତାକୁ ଖାଇ ସାରିଥିଲା । ସତ୍ୟାସତ୍ୟ ପରଖିବା ବଦଳରେ ସେ ହୋଇ ଉଠିଥିଲା ସଇତାନ ।

ଗୁରୁବାର ସଂଧ୍ୟରେ ନିଜର ଏକମାତ୍ର ୮ ବର୍ଷ ବୟସର ପୁଅ ନିକଟରେ ରହୁଥିବା ବଡବାପା ଓ ବଡବୋଉଙ୍କ ପାଖକୁ ଚାଲିଯାଇଥିଲେ । ରାତିରେ ସେଠାରେ ସେ ଶୋଇଯାଇଥିଲେ । ଏପଟେ ସ୍ବାମୀ-ସ୍ତ୍ରୀ ରାତ୍ରିଭୋଜନ କରିବା ପର୍ଯ୍ୟନ୍ତ ସମସ୍ତ ଘଟଣା ସ୍ବାଭାବିକ ଥିଲା । ରାତ୍ରିଭୋଜନ ପରେ ବିଛଣାରେ ଶୋଇ ପତ୍ନୀ ଫୋନରେ ଗପିବା ଯୋଗୁଁ ରୁଦ୍ରର ମୁଣ୍ଡକୁ ପିତ ଚଢିଥିଲା । ସେ ହୋଇ ଉଠିଥିଲା ରକ୍ତମୁଖା । ହିତାହିତ ଜ୍ଞାନ ହରାଇ ହେମଦସ୍ତାରେ ସ୍ତ୍ରୀର ମୁଣ୍ଡକୁ ପାହାର ପରେ ପାହାର ମାରି ଚାଲିଥିଲା । ବିଛଣା ଉପରେ ହିଁ ସ୍ତ୍ରୀଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ସେତିକିରେ ରୁଦ୍ରର ରାଗ ଶାନ୍ତ ହୋଇନଥିଲା । ରକ୍ତ ଜୁଡୁବୁଡୁ ସ୍ତ୍ରୀଙ୍କ ମୃତ ଶରୀରକୁ ଘୋସାରି ଘୋସାରି ରୁଦ୍ର ଅଗଣାକୁ ଆଣିଥିଲା । ସେଠାରେ ଏକ ୫ଲିଟିରିଆ ଜାର୍କିନରେ ଥିବା ପେଟ୍ରୋଲ ଏବଂ ନିଜ ମଟର ସାଇକଲ ଟାଙ୍କିରୁ ପେଟ୍ରୋଲ ବାହାର କରି ସ୍ତ୍ରୀ ଉପରେ ଢାଳି ନାଆଁ ଲଗାିଦେଇଥିଲା । ରୁଦ୍ର ଭାବିଥିଲା ସକାଳ ସୁଦ୍ଧା ସ୍ତ୍ରୀର ଚିହ୍ନବର୍ଣ୍ଣ ରଖିବ ନାହିଁ । ଭୋର ସୁଦ୍ଧା ଶବ ୭୫ଭାଗ ପୋଡିଯାଇଥିଲେ ମଧ୍ୟ ଗୋଟିଏ ଗୋଡ ଆହୁରି ପୋଡିନଥିଲା । ଏପଟେ ରୁଦ୍ର ପାଖରେ ପୋଡିବା ଲାଗି ଆଉ ପେଟ୍ରୋଲ ବା କିରୋସିନ କିଛି ନଥିଲା ରୁଦ୍ର ପାଖରେ । ସେ ହତାଶ ହୋଇପଡିଥିବାବେଳେ ସକାଳୁ ସକାଳୁ ରୁଦ୍ରର ବଡଭାଇ କୁକୁଡାଙ୍କ ଲାଗି ଦାନା ନେବାଲାଗି ଘର ଭିତରକୁ ଆସି ଏହି ଅଭାବନୀୟ ଘଟଣା ଦେଖି ହତବାକ ହୋଇଯାଇଥିଲେ । ରୁଦ୍ର ମଧ୍ୟ ତାଙ୍କ ସମ୍ମୁଖରେ ସବୁକଥା ସ୍ବୀକାର କରିଥିଲା । ବଡ ଭାଇଙ୍କ ପରାମର୍ଶ କ୍ରମେ ୭ କିଲୋମିଟର ଦୂରରେ ଥିବା ଜଗତସିଂହପୁର ଯାଇ ସେଛାରେ ସେ ଆତ୍ମସମର୍ପଣ କରିଥିଲା ।

ଅଭିଯୁକ୍ତ ରୁଦ୍ର ନିଜେ ହତ୍ୟାକାରୀ ବୋଲି ପୋଲିସ ନିକଟରେ ସ୍ବୀକାର କରିଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ପତ୍ନୀକୁ ପୋଡି ମାରିବା ଅଭିଯୋଗରେ ପୋଲିସ ରୁଦ୍ରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

   Related Posts