ବନ୍ଧୁ ସହ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଦେଖି ରାଗିଯାଇଥିଲା ସ୍ବାମୀ : ବାଡ଼ିରେ ପିଟି ପିଟି କରିଦେଲା ହତ୍ୟା

Published By : Prameya-News7 Bureau | October 20, 2020 IST

ଖରଗୌନ ୨୦/୧୦: ମଧ୍ୟପ୍ରଦେଶର ଖରଗୌନରେ ଡବଲ୍ ମର୍ଡ଼ରର ପର୍ଦ୍ଦାଫାସ କରିଛି ପୋଲିସ୍। ମହିଳା ଏବଂ ଯୁବକଙ୍କ ହତ୍ୟା ଅଭିଯୋଗରେ ପୋଲିସ୍ ମୃତ ମହିଳାଙ୍କ ସ୍ବାମୀକୁ ଗିରଫ କରିଛି। ପୋଲିସର କହିବା ମୁତାବକ ସ୍ବାମୀ ନିଜ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛି।

 ପୋଲିସର କହିବା ଅନୁସାରେ ପତ୍ନୀକୁ ନିଜ ପ୍ରେମିକ ସହ ଆପତ୍ତିଜନକ ସ୍ଥିତିରେ ଦେଖି ସେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ବସିଥିଲା ଏବଂ ଉଭୟଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା​‌ କରି ଦେଇଥିଲା। ଅଭିଯୁକ୍ତ ମହିଳାଙ୍କ ପ୍ରେମିକଙ୍କ ୨ଟି ଆଖି ଫୁଟାଇ ଦେଇଥିଲା। ଏହା ପରେ ପତ୍ନୀଙ୍କୁ ହତ୍ୟା କରି ଶବକୁ ଘର ବାହାରେ ଫିଙ୍ଗି ଦେଇଥିଲା।

ଅଭିଯୁକ୍ତ ନିଜ ପତ୍ନୀଙ୍କ ପ୍ରେମିକଙ୍କ ଶବକୁ ବାଇକରେ ବୋହି ଗାଁରୁ ୧ କିଲୋମିଟର ଦୂର ପୁଲିୟା ପାଖରେ ଯାଇ ଫିଙ୍ଗି ଦେଇଥିଲା। ଘଟଣାସ୍ଥଳଠୁ ପୁଲିୟ ଯାଏଁ ରାସ୍ତାରେ ପୋଲିସକୁ ରକ୍ତ ଦାଗ ମିଳିଥିଲା।

ସୂଚନା ଯୋଗ୍ୟ ଖରଗୌନର ଭାଡଲିର ଲୋକେଶ ମାନକର ନିଜ ୨୮ବର୍ଷ ବୟସ୍କା ପତ୍ନୀ ଅନିତା ସହ ଦସଙ୍ଗାରେ ଘର ନିର୍ମାଣ କାମ କରୁଥିଲା। ଏଠାରେ ଦେହରି ଗାଁର ରବି ଓରଫ ପ୍ରବୀଣ ଭାଗୀରଥ ରାଣେ ମଧ୍ୟ କାମ କରୁଥିଲା।

ରବିବାର ସକାଳେ ଲୋକେଶ ଦୌଡ଼ି ଦୌଡ଼ି ଗାଁକୁ ପହଞ୍ଚିଥିଲା। ଗାଁଲୋକଙ୍କୁ କହିଥିଲା ଯେ ତାଙ୍କ ପତ୍ନୀଙ୍କୁ କିଛି ହୋଇଯାଇଛି। ତା ମୁହଁରୁ ରକ୍ତ ବାହାରୁଛି। ଲୋକେଶ ସେହି ସମୟରେ ମଦ ନିଶାରେ ଥିଲା। ତାଙ୍କ ପୋଷାକରେ ରକ୍ତ ଦାଗ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.