ସ୍ତ୍ରୀକୁ ଶ୍ମଶାନରେ ପୋତିଦେଲା ସ୍ୱାମୀ- ଶବ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ
4/01/2020 at 1:11 PM

ଜୟପୁର (କୋରାପୁଟ)୦୪।୦୧ – ପତ୍ନୀଙ୍କୁ ହତ୍ୟା କରି ଶ୍ମଶାନରେ ପୋତିଦେଲା ସ୍ବାମୀ ।ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଶ୍ମଶାନରୁ ଶବ ଉଦ୍ଧାର କଲା ଜୟପୁର ପୋଲିସଘଟଣାସ୍ଥଳରେ ପହଞ୍ଚି ଏସ୍ଡିପିଓ ଓ କୋରାପୁଟ ଅତିରିକ୍ତ ଏସ୍ପିଙ୍କ ତଦନ୍ତ ଆରମ୍ଭ କରିଛନ୍ତି ।

ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଖୋଳି ବାହାର କରିଛି । ମୃତକ ଜଣଙ୍କ ଡମୁଣି ହରିଜନ ବୋଲି ପରିଚ ମିଳିଛି । ହତ୍ୟାକାରୀ ସ୍ବାମୀ ରମେଶ ହରିଜନକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗତ ୨ ତାରିଖ ଦିନ ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିଲା ସ୍ବାମୀ । ଏବେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।