ସ୍ତ୍ରୀକୁ ମାରି ପୋତିଦେଇଛି ସ୍ବାମୀ ! ଘର ଖୋଳୁଛି ପୋଲିସ : ସମ୍ବଲପୁର ବାହାଲପଡାରେ ଚାଞ୍ଚଲ୍ୟ

Published By : Prameya-News7 Bureau | January 09, 2020 IST

ସମ୍ବଲପୁର ୯।୧: ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ଘରେ ପୋତି ଦେଇଥିବା ସନ୍ଦେହ । ଗତ ୩୧ ତାରିଖରୁ ନିଖୋଜ ଥିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସାକ୍ଷୀପଡା ଅନ୍ତର୍ଗତ ବାହାଲପଡା ଅଞ୍ଚଳରେ । ପୋଲିସ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":208909,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ସାକ୍ଷୀପଡା ଅନ୍ତର୍ଗତ ବାହାଲପଡା ଅଞ୍ଚଳର କୁନାଲ ସିଂଙ୍କୁ ଦେଢ ବର୍ଷ ତଳେ ବିବାହ କରିଥିଲେ ବିହାରର ଆରତୀ ଦେବୀ । ଗତ ୩୧ ତାରିଖରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହାପରଠୁ ଆରତୀ ନିଖୋଜ ହୋଇଯାଇଥିଲେ । ଆରତୀ ନିଖୋଜ ନେଇ ଶ୍ବଶୁରଘର ଲୋକ ଧନୁପାଲୀ ଥାନାରେ ଏତଲା ବି ଦେଇଥିଲେ ।

{"id":208910,"sizeSlug":"large"}

ସନ୍ଦେହ ହେବାରୁ ଧନୁପାଲି ପୋଲିସ କୁନାଲଙ୍କ ଘରକୁ ଆସି ତଦନ୍ତ ଆରମ୍ଭ କରିବା ସହ ଘର ଖୋଳୁଥିବା ଜଣାପଡିଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ଅଛନ୍ତି । ମାତ୍ର ସ୍ବାମୀ କୁନାଲଙ୍କ ସହ ପରିବାର ଲୋକ ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.