Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚରିତ୍ର ସନ୍ଦେହରେ ସ୍ତ୍ରୀକୁ ସାନଭାଇ ସାହାଯ୍ୟରେ ହତ୍ୟାକଲା ସ୍ବାମୀ

ପାନିପଥ ୨୧/୩- ନିଜ ସ୍ତ୍ରୀର ଚରିତ୍ର  ସନ୍ଦେହ କରି ହତ୍ୟା କରିଛି ସ୍ବାମୀ । ସାନଭାଇ ସହୟତାରେ ହତ୍ୟା କରି ଫିଙ୍ଗିଦେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି ।

ଏହିଭଳି ଅଭାବନୀୟ ଘଟଣା ପାନିପଥ ଜୌରାସୀର ନ୍ୟୁ ପଂଚବଟୀ କଲୋନୀରେ । ଏହି କଲୋନୀରେ ରହୁଥିବା ଆଫସାନା ହତ୍ୟାକାଣ୍ଡରେ ପୋଲିସ ତାଙ୍କ ସ୍ବାମୀ ଓ ଦିଅରକୁ ଗିରଫ କରିବାପରେ ସବୁ ସତ ସାମ୍ନାକୁ ଆସିଛି ।

ଅଫସାନା ପାନିପଥର ଜୌରାସୀ ଅଂଚଳରେ ଜଣେ ରାଜମିସ୍ତ୍ରୀକୁ ବିବାହ କରିଥିଲେ ।   ମହିଳାଙ୍କର ଅନ୍ୟଜଣେ ପୁରୁଷସହ ସଂପର୍କ ଥିବାକଥା ସ୍ବାମୀ ସନ୍ଦେହ କରୁଥିଲେ । ଏହି ଅବୈଧ ସଂପର୍କକୁ ନେଇ ସ୍ବାମୀ  ଓ ସ୍ତ୍ରୀ ସହ ସବୁବେଳେ ଝଗଡ଼ା ଲାଗି ରହୁଥିଲା ।

ଘଟଣା ଘଟିବାର ରାତିରେ ଅଫସନା ସହ ମଧ୍ୟ ଝଗଡ଼ା ହୋଇଥିଲା । ଏହି ଝଗଡ଼ା କାରଣରୁ ରାଜମିସ୍ତ୍ରୀ ଜଣକ ସାନଭାଇ ସହାୟତାରେ ତଣ୍ଟି ଚିପି ହତ୍ୟା କରିବାପରେ ଧାରୁଆ ଛୁରୀରେ ମଧ୍ୟ କାଟିଦେଇଥିଲେ । ତା ପରେ ଶବକୁ ନେଇ ଘରଠାରୁ କିଛିଦୂରରେ ଫିଙ୍ଗିଦେଇଥିଲେ  । ଏହି ଘଟଣାରେ ମୃତକଙ୍କ ଭାଇ ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । 

                   

461 Views

   ସମ୍ବନ୍ଧିତ ଖବର