ମହିଳା ଦିବସରେ ପତ୍ନୀଙ୍କୁ ହତ୍ୟାକଲା ସ୍ବାମୀ, ଫ୍ୟାନରେ ଟାଙ୍ଗି ଆତ୍ମହତ୍ୟାର ଦେଲା ରୂପ

Published By : Prameya-News7 Bureau | March 08, 2019 IST

ହରଲା ୮/୩- ଆଜି ବିଶ୍ବ ମହିଳା ଦିବସରେ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ମାରିଦେବା ଅଭିଯୋଗରେ ଥାନାରେ ପହଂଚିଛି ମାମଲା । ଏହିଭଳି ଅଭାବନୀୟ ଘଟଣା ଘଟିଛି ଝାରଖଣ୍ଡ ହରଲା ଥାନା ଅଂଚଳରେ ।

ଝାରଖଣ୍ଡ ବୋକାରୋ ହରଲା ଅଂଚଳରେ ଖୁସବ ନାମକ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ପରିବାର ପକ୍ଷରୁ ଅଣାଯାଇଥିଲା ଅଭିଯୋଗ । ବିହାର ଗାଂଧି ନଗର ଅଂଚଳରେ ରହୁଥିବା ଖୁସବୁର ଭାଇମାନେ ଆଣିଛନ୍ତି ଏହି ଅଭିଯୋଗ ।ସେମାନେ ଅଭିଯୋଗ କରିଛନ୍ତି ଦୁଇବର୍ଷ ତଳେ ତାଙ୍କ ଭଉଣୀ ହରଲା ଅଂଚଳରେ ବିବାହ କରିଥିଲା । ଭଉଣୀ ବିବାହ ସମୟରେ ଆବଶ୍ୟକୀୟ ଯାନିଯୌତୁକ ଦେଇ ମଧ୍ୟ କରିଥିଲେ ବିବାହ । କିନ୍ତୁ ବିବାହର କିଛିମାସ ପରେ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ପଡ଼ୁ ନଥିବା କଥା କହିଛନ୍ତି ଖୁସବର ଭାଇ ।

ଖୁସବୁଙ୍କୁ ମାରି ଘରେ ଫ୍ୟାନରେ ଝୁଲାଇଦେଇଥିବା କଥା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଖୁସବୁର ସ୍ବାମୀଙ୍କର ଅନ୍ୟଆଡ଼େ ପ୍ରେମସଂପର୍କ ଥିବା କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗୁଥିଲା । ଏହି ଘଟଣାକୁ ଖୁସବୁ ବିରୋଧ କରୁଥିଲେ । ସବୁଦିନ ରାସ୍ତାରୁ ହଟାଇବା ପାଇଁ ସ୍ବାମୀ ହତ୍ୟା କରିଥିବା କଥା କହିଛନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ ଅଭିଯୋଗକ୍ରମେ ଖୁସବୁର ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.