ପିଲାଙ୍କ ଆଗରେ ମହିଳାଂକୁ ନିଆଁ ଲଗାଇ ମାରିଲା ସ୍ବାମୀ
1/04/2019 at 6:39 PM

କୋଟା ୧/୪- ନୃଂଶସ ସ୍ବାମୀ ନେଲା ସ୍ତ୍ରୀର ଜୀବନ । ଘରେ ଥିବା ସମୟରେ ସ୍ଵାମୀ ସ୍ତ୍ରୀ ସହ ଝଗଡ଼ା କରି ଏପରି କରିଥିବାର ଜଣାଯାଇଛି ।
କୋଟାର ଏକ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀ ନିଜ ସ୍ତ୍ରୀ ଉପରେ ଏଭଳି ପଦକ୍ଷେପ ନେବା ବିକୃତ ମାନସିକତା ବୋଲି ପୋଲିସ କହିଛି ।
ସୋନିଆ ନାମକ ଜଣେ ଏଏନଏମଙ୍କୁ ହତ୍ୟା କରାଯାଇଥଲା । ଏହି ହତ୍ୟାକାଣ୍ଡକୁ ଲୁଚେଇବା ପାଇଁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି ଅଭିଯୁକ୍ତ । ଘଟଣାର ମାସେ ପରେ ଏହି ଘଟଣାର ପ୍ରତ୍ୟେକଦର୍ଶୀ ଥିବା ତାଙ୍କ ଝିଅ ସବୁ ଘଟଣାର କରିଥିଲା ଖୁଲାସା ।
ସୋନିଆ ମାସେ ହେଲା ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ସ୍ଵାମୀଙ୍କ ସହ କିଛି ସଂପର୍କ ନଥିବା ସତ୍ତ୍ଵେ ବି ଏଭଳି କାଣ୍ଡ କରିବା ପୋଲିସ ପାଇଁ ହୋଇଯାଇଛି ଚ୍ୟାଲେଂଜ । ଝିଅଙ୍କ କଥା କହିବା ଅନୁସାରେ ତାଙ୍କ ବାପା ଘରକୁ ଆସିଥିଲେ । ମାଆଙ୍କ ସହ ଝଗଡ଼ା କରିବା ପରେ ଲୁହା ରଡ଼ରେ ବାଡ଼େଇଥିଲେ । ତା ପରେ ପେଟ୍ରୋଲ ଢ଼ାଳି ପୋଡ଼ିଦେଇଥିବା କଥା ପୋଲିସ ଆଗରେ କହିଛି । ସେତେବେଳେ ସାନଭାଇ ଶୋଇଥିଲା । ମାଆଙ୍କୁ ନିଆଁ ଲଗାଇଦେବା ପରେ ବଂଚେଇବାକୁ ଯାଇ ତା ହାତ ପୋଡ଼ିଯାଇଥିଲା । ସେ ଚାହିଁଲେ ବି ବଂଚେଇ ପାରି ନଥିବା କଥା ପୋଲିସ ଆଗରେ ସୋନିଆଙ୍କ ଝିଅ କହିଛି ।
ଏହି ଘଟଣାରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।