Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମଦ ପାଇଁ ସ୍ତ୍ରୀର ତଣ୍ଟିଚିପି ହତ୍ୟାକଲା ସ୍ବାମୀ

10/11/2019 at 10:09 AM

ନାରାୟଣପାଟଣା ୧୦।୧୧: କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ବିତୁରୁଗୁଡି ଗାଁରେ ଦେଖିବାକୁ ମିଳିଛି ଅଭାନୀୟ ଘଟଣା ।  ମାତ୍ର ଶହେ ଟଙ୍କା ପାଇଁ ନିଜ ସ୍ତ୍ରୀ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ  ।

ସୂଚନାଯୋଗ୍ୟ ଯେ,  କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ବି ତୁରୁଗୁଡି ଗାଁରେ  ମାତ୍ର ଶହେ ଟଙ୍କା ପାଇଁ ନିଜ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଛି ସ୍ବାମୀ । ମୃତ୍ୟୁ ବେଳକୁ ସ୍ତ୍ରୀ ୮ମାସର ଗର୍ଭବତୀ ଥିବାର ସୂଚନା  ମିଳିଛି ।  ସ୍ଵାମୀକୁ ମଦ ପିଇବା ପାଇଁ ସ୍ତ୍ରୀ ଶହେ ଟଙ୍କା  ନଦେବାରୁ ମଦୁଆ ସ୍ବାମୀ ନିଜ  ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି । ଗତକାଲି ରବି ମାଣ୍ଡି ମଦ ପିଇବା ପାଇଁ ସ୍ତ୍ରୀ ଶବିତା କୁ ୧୦୦ଟଙ୍କା ମାଗିଥିଲେ, କିନ୍ତୁ ପତ୍ନି ଟଂକା ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରିମାଣ ଏତଅଧିକା ହେଲା ଯେ  ପରବର୍ତ୍ତୀ ସମୟରେ ସ୍ବାମୀ ନିଜ ହିତହାତ ଜ୍ଞାନ ଭୁଲିଯାଇ ମଦନିଶାରେ ପତ୍ନୀ କୁ ଆକ୍ରମଣ କରିଥିଲା । ପତ୍ନିର ଓଢଣିରେ ବେକ ଚିପି ମାରିଦେଇଥିଲା ଅଭିଯୁକ୍ତ ସ୍ବାମୀ । ଘଟଣାସ୍ଥଳରୁ ସ୍ବାମୀ ଫେରାର  ହୋଇଯାଇଥିବା ବେଳେ ଆଜି ସକାଳୁ ପରିବାର ଲୋକେ ପହଞ୍ଚି ପୋଲିସକୁ ସୁଚନା ଦେଇଥିଲେ । ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିୟୁକ୍ତ ସ୍ବାମୀକୁ ଧରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।

   Related Posts