ଇନିସପେକ୍ଟର ସାହେବ ! ଧୋକାଦେଲା ...ମାରିଦେଲି କହି ଆତ୍ମସମର୍ପଣ କଲା ସ୍ଵାମୀ ; ଆଠବର୍ଷର ପ୍ରେମକାହାଣୀର ଘଟିଲା ଅନ୍ତ

Published By : Prameya-News7 Bureau | February 10, 2019 IST

ମେରଠ ୧୦/୨- ଇନିସପେକ୍ଟର ସାହେବ ! ଧୋକାଦେଲା ...ମାରିଦେଲି - ଏହାଥିଲା ଜଣେ ସ୍ଵାମୀର ଦର୍ଦଭରା କଥା । ଆଠବର୍ଷ ତଳେ ପ୍ରେମବିବାହ କରିଥିବା ସ୍ଵାମୀର କରୁଣ କାହାଣୀ । ନିଜ ସ୍ତ୍ରୀକୁ ହତ୍ୟା କରିସାରିଲା ପରେ ଥାନାରେ ଆତ୍ମସମର୍ପଣ କରି କହିଛି ଏହିସବୁ କଥା ।

ମାଧମପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ପରକୀୟା ପ୍ରୀତି ପାଇଁ ଉଜୁଡ଼ି ଯାଇଛି ଦୁଇଟି ପରିବାର । ସ୍ଵାମୀ ସାଜିଛି ହତ୍ୟାକାରୀ । ଆଖି ଆଗରେ ନିଜ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ପ୍ରେମ କରିବାକୁ ସହ୍ୟ କରି ନପାରି ଏଭଳି କରିଥିବା କହିଛି ଅଭିଯୁକ୍ତ ସଂଜୟ ।

ସଂଜୟ ଓ ଅମୃତା କଲେଜରେ ପାଠ ପଢ଼ିଲା ସମୟରେ ଚିହ୍ନା ହୋଇଥିଲା । ଏହି ଚିହ୍ନାଜଣାରୁ ପ୍ରେମ, ପ୍ରେମରୁ ବିବାହ ହୋଇଥିଲା । ସଂଜୟର ବିବାହ ଆଠ ବର୍ଷ ତଳୁ ଅମୃତା ସହ ହୋଇଥିଲା । ସେମାନଙ୍କର ମଧ୍ୟ ଦୁଇଟି ପୁଅ ଓ ଗୋଟିଏ ଝିଅ ମୋଟ ତିନୋଟି ସନ୍ତାନ ମଧ୍ୟ ଥିଲା ।

କିନ୍ତୁ ବିବାହର ଆଠବର୍ଷ ପରେ ହସଖୁସିରେ ଚାଲୁଥିବା ପରିବାରର ଉଜୁଡ଼ି ଯିବ କିଏ କଣ ଜାଣିଥିଲା । ସଂଜୟର ଜଣେ ସାଙ୍ଗ ଜିତେନ୍ଦ୍ର ସବୁବେଳେ ଘରକୁ ଯିବା ଆସିବା କରୁଥିଲା । ଏହି ଯିବାଆସିବା ଭିତରେ ଜିତେନ୍ଦ୍ର ସହ ଅମୃତାର ପ୍ରେମ ହୋଇଯାଇଥିଲା ।

ଏହି ପରକୀୟା ପ୍ରେମ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠିପାରିଲା ନାହିଁ । ଦିନେ ସଂଜୟ ଅଚାନକ ଘରେ ପଂହଚିଲା ବେଳକୁ ଜିତେନ୍ଦ୍ର ସହ ସ୍ତ୍ରୀ ଅମୃତା ଆପତ୍ତିଜନକ ଅବସ୍ଥାରେ ଥିଲେ । ଏହି ଘଟଣା ପରଠାରୁ ଅମୃତାକୁ ବହୁତ ବୁଝାଇଲା ପରେ ବି ଜିତେନ୍ଦ୍ର ସହିତ କୌଣସି ସଂପର୍କ କାଟି ନଥିଲା ।

ଶୁକ୍ରବାର ରାତିରେ ସଂଜୟ ଘରକୁ ଫେରିବା ବେଳକୁ ଅମୃତା ଫୋନରେ ସଂଜୟ ସହ କଥା ହେଉଥିଲା । ଏହି ଘଟଣାରେ ସଂଜୟ ରାଗି ଯାଇଥିଲା । ରାତିରେ ସମସ୍ତେ ଖାଇ ଶୋଇବାକୁ ଚାଲିଗଲା ପରେ ସଂଜୟ ଏଭଳି କାଣ୍ଡ ଘଟାଇଥିଲା ବୋଲି ସ୍ଵୀକାର କରିଛି ।

ରାତିରେ ସଂଜୟ ଧାରୁଆ ଛୁରୀ ଆଣି ଅମୃତାର ଗଳା କାଟିଦେଇଥିଲା । ଏହାସହିତ ବିଭିନ୍ନ ସ୍ଥାନରେ ମଧ୍ୟ ଭୟାନକ ଭାବରେ ଆକ୍ରମଣ କରିଥିଲା ।

ଏହି ହତ୍ୟାକାଣ୍ଡ ପରେ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା ସଂଜୟ ।

ମୋତେ ଧୋକା ଦେଲା ...ମୁଁ ମାରିଦେଲି । ସେଭଳି ସ୍ତ୍ରୀ ଦରକାର ନାହିଁ ....ଜୀବନରୁ ମାରିଦେଲେ ଶାନ୍ତି ପାଇବି ବୋଲି ଭାବି ମାରିଦେଲି  । ଥାନାରେ ଆତ୍ମ ସମର୍ପଣ କଲାବେଳେ କହିଥିଲା ସଂଜୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.