ପିଲାପିଲି ହେଉନଥିବାରୁ ସ୍ତ୍ରୀର ଗଳା ଚିପିଦେଲା ସ୍ୱାମୀ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 06, 2019 IST

ଚଣ୍ଡିଗଡ:  ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ସ୍ୱାମୀ ତାସ୍ତ୍ରୀର ଗଳାଚିପି ହତ୍ୟା କରିଛି। ବିବାହ ପରେ ଯୁବକ କାମ ଧନ୍ଦା କରୁନଥିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରୟତଃ କଳହ ହେଉଥିଲା। ତେବେ ଗତ କିଛି ଦିନ ହେଲା ପିଲାପିଲା ହେଉନଥିବାର ଆଳ କରି ପତ୍ନୀଙ୍କୁ ମାରପିଟ ଆରମ୍ଭ କରିଦେଇଥିଲା ଯୁବକ। ଏଥିରେ ଓଢଣୀରେ ପତ୍ନୀର ଗଳାଚିପି ହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ମହିଳାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଣ୍ଡିଗଡ ସହରର ମଲୋୟା କଲୋନୀରେ ରହୁଥିବା ଅନୂପ ସିଂହ ଓ ଶୀତଲଙ୍କର କୌଣସି ପିଲାପିଲି ନଥିଲେ। ତେବେ ବିବାହ ପରଠାରୁ ଅନୁପ ପରିବାର ଚଳାଇବା ଲାଗି ଉପାର୍ଜନ କରିବା ବଦଳେ ଘରେ ବସି ରହୁଥିଲେ। ଏଥିଯୋଗୁ ପ୍ରାୟତଃ ଦମ୍ପତ୍ତିଙ୍କ ମଧ୍ୟରେ କଳିଗୋଳ ହେଉଥିଲା। ତେବେ କିଛି ଦିନ ହେଲା ଅନୁପ ଛୁଆପିଲା ବାହାନାରେ ଶିତଲଙ୍କୁ  ମାରପିଟ କରୁଥିଲେ। ଏହିକ୍ରମରେ ଘରେ ଝଗଡା ଲାଗିଥିବା ବେଳେ କେହି ଜଣେ ପଡୋଶୀ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଦେଇଥିଲେ। ପୋଲିସ ପହଞ୍ଚି ଚଢଉ କରିବା ବେଳେ ଅନୁପକୁ ତା ସ୍ତ୍ରୀର ଗଳାକୁ ଓଢଣୀରେ ଭିଡି ରଖିଥିବାର ଦେଖିଥିଲା।

ପୋଲିସ ଅନୁପ କବଳରୁ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ପୋଲିସ ଅନୁପକୁ ଗିରଫ କରିଛି। ଘଟଣା ପରେ ଅନୁପଙ୍କ ପରିବାରର ଅନ୍ୟ ଲୋକେ ଫେରାର ହୋଇଯାଇଛନ୍ତି। ଅନୁପ ୩ ବର୍ଷ ପୂର୍ବେ ଶୀତଲଙ୍କୁ ବିବାହ କରିଥିଲେ। ନଭେମ୍ବର ୧୪ ତାରିଖରେ ସେମାନଙ୍କ ବିବାହ ଆନିଭର୍ସରି ଥିଲା। ତେବେ ତା ପୂର୍ବରୁ ଅନୁପ ପତ୍ନୀଙ୍କୁ ହତ୍ୟା କରି ନିଜେ ଅପରାଧୀ ପାଲଟିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.