ରାତିରେ ନର୍ସ ସ୍ତ୍ରୀକୁ କାହିଁକି ହତ୍ୟାକଲା ସ୍ଵାମୀ , ହତ୍ୟା ପରେ କାହିଁକି ଶୋଇରହିଲା ସ୍ତ୍ରୀ ପାଖରେ ରାତିସାରା ...ଜାଣିବେ ତ ମୁଣ୍ଡ ଚକ୍କର କାଟିଦେବ

Published By : Prameya-News7 Bureau | February 10, 2019 IST

ମୁମ୍ବାଇ ୧୦/୨-ମଣିଷ ନିଜର ସୁଖ ପାଇଁ ଏମିତି ବି କରିପାରେ । ଏହି ସୁଖରୁ ବାଦ ପଡ଼ିଲା ବୋଲି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ଵାମୀ ।

 ଏହିଭଳି ଅଭାବନୀୟ ଘଟଣା ଘଟିଛି  ଉସମାନବାଦ ଆମୋରଗାରେ । ଜଣେ ଗର୍ଭବତୀ ନର୍ସ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ଵାମୀ ।

ବିନୋଦ ନାମକ ଜଣେ ଯୁବକ ପ୍ରିୟଙ୍କା ନାମକ ଜଣେ ନର୍ସକୁ ବିବାହ କରିଥିଲେ । ବିନୋଦ ବୋରଓ୍ଵେଲ ଏଜେଣ୍ଟ ଭାବେ କାମ କରୁଥିବା ବେଳେ ପ୍ରିୟଙ୍କା ତୁଲଜାପୁର ହସପିଟାଲରେ ନର୍ସଭାବେ କାମ କରୁଥିଲେ ।

ଶୁକ୍ରବାର ରାତିରେ ବିନୋଦ ଶୋଇବାକୁ ଯିବା ବେଳେ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା । ପ୍ରିୟଙ୍କା ଗର୍ଭବତୀ ଥିବାରୁ ବିଶ୍ରାମ ନେବାକୁ ଚାହୁଁଥିଲା । କିନ୍ତୁ ବିନୋଦ ଚାହୁଁଥିଲା ପ୍ରିୟଙ୍କା ସହ ରଖିବାକୁ ଶାରୀରିକ ସଂପର୍କ .

ଏହି ଘଟଣାକୁ ନେଇ ପରସ୍ପର ମଧ୍ୟରେ ଲାଗିଥିଲା ଝଗଡ଼ା । ବିନୋଦ ଉତକ୍ଷିପ୍ତ ହୋଇ ପ୍ରିୟଙ୍କାର ତଣ୍ଟି ଚିପି କରିଥିଲା ହତ୍ୟା । ହତ୍ୟା କରିବା ପରେ ରାତିସାରା ପ୍ରିୟଙ୍କା ପାଖରେ ଶୋଇଥିଲା ବିନୋଦ ।

ଏହି ସମୟରେ ସେ ଅନେକଥର ପ୍ରିୟଙ୍କା ସହ ଶାରରିକ ସଂପର୍କ ରଖିଥିବା କଥା ଥାନାରେ ସ୍ଵୀକାର କରିଛି ବିନୋଦ ।

ପ୍ରିୟଙ୍କାକୁ ହତ୍ୟା କରିବା ପରେ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା ବିନୋଦ ।

ରାତିରେ ଘଟିଥିବା ସମସ୍ତ ଘଟଣା କହିବା ପରେ ବିନୋଦକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.