Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ବାପ ଘରୁ ଆସିବାକୁ ରାଜି ନଥିଲା ସ୍ତ୍ରୀ, ଶ୍ୱଶୂର ଓ ଶାଳୀକୁ ଛୁରାମାଡ କରି ହତ୍ୟା କଲା ସ୍ୱାମୀ

23/09/2020 at 5:32 PM

ଭୋପାଳ, ୨୩ ।୦୯:  ମଧ୍ୟ ପ୍ରଦେଶର ଦମୋହରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ଦମୋହ ଜିଲ୍ଲାର ସନକୁଇୟା ଗ୍ରାମରେ ଜଣେ ବ୍ୟକ୍ତି ନିଜର ଶଶୂର ଓ ଶାଳୀକୁ ହତ୍ୟା କରିଛି । ତେବେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ପତ୍ନୀ ଶ୍ୱଶୂର ଘରୁ ଆସୁନଥିବାରୁ ବ୍ୟକ୍ତିଜଣଙ୍କ ଏପରି କାଣ୍ଡ ଘଟାଇଥିବା ପୋଲିସ କହିଛି ।

ସୂଚନାନୁସାରେ, ସନକୁଇୟା ଗ୍ରାମରେ ରହୁଥିବା ଦ୍ରୌପଦୀ ଅହିରବାଲ ଗୋଟିଏ ବର୍ଷ ପୂର୍ବରୁ ପନ୍ନା ଜିଲ୍ଲାର ବୁଟିୟା ଅହିରଓ୍ୱାଲଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେଣୁ ଦ୍ରୌପଦୀ ନିଜର ବାପାଙ୍କ ଘରେ ରହୁଥିଲେ । ବୁଟିୟା ଯେତେବେଳେ ଦ୍ରୌପଦୀଙ୍କୁ ନେବାକୁ ଆସିଥିଲେ ମଧ୍ୟ ବିଫଳ ହୋଇଥିଲେ । ଦ୍ରୌପଦୀ ବୁଟିୟାଙ୍କ ସହ ଯିବାକୁ ରାଜି ହୋଇନଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ବୁଟିୟା ନିଜ ପତ୍ନୀଙ୍କୁ ଛୁରା ମାଡ କରିଥିଲା । ଦ୍ରୌପଦୀଙ୍କୁ ରକ୍ଷା କରିବାକୁ ତାଙ୍କ ପିତା ଓ ଭଉଣୀ ଆସିଥିଲେ ମଧ୍ୟ ସେମାନେ ବୁଟିୟାଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ଗୁରୁତର ଅବସ୍ଥାରେ ପତ୍ନୀ, ତାଙ୍କ ଭଉଣୀ ଓ ପିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପିତା ଓ ଭଉଣୀ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ । କିନ୍ତୁ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। 

   Related Posts