ଝାରସୁଗୁଡ଼ା, ୦୪/୧୦: ନିଶାଗ୍ରସ୍ତ ସ୍ୱାମୀ ଉନ୍ମତ୍ତ କାଣ୍ଡ। ସ୍ୱାମୀ ଗାଁ ଦାଣ୍ଡରେ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି । ଗାଁ ଲୋକେ ହତ୍ୟାକାରୀ ସ୍ୱାମୀକୁ ବାନ୍ଧି ପୋଲିସର ଜିମାଦେଇଛନ୍ତି । ଘଟଣାସ୍ଥଳରେ କୋଲାବିରା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି । ପୋଲିସ ମୃତକର ଶବକୁ ଜବତ କରି ଅଭିଯୁକ୍ତ ଅଟକ ରଖିଛି।
ସୂଚନା ମୁତାବକ, କୋଲାବିରା ବ୍ଲକ ଗୁଛାପାଲି ଗାଁରେ ଆଜି ଦିନ ପ୍ରାୟ ୪ଟା ସମୟରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ସୁନିତା ଡନସେନା । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଥାନା ଅନ୍ତର୍ଗତ ଦଣ୍ଡେଇପାଲି ଗାଁର ଜୀବର୍ଦ୍ଧନ ବେହେରାଙ୍କ ଝିଅ ସୁନିତାକୁ ଦୁଇବର୍ଷ ତଳେ ଗୁଛାପାଲି ଗାଁର ରମେଶ ଡନସେନା ବିବାହ କରିଥିଲେ । ବିବାହ ପରେ ଏକ ବାଇକ ବାପା ଘରୁ ଆଣିବାକୁ ଜିଦ ଧରି ସବୁବେଳେ ଅତ୍ୟାଚାର କରୁଥିଲା ରମେଶ। ଏଭଳି ଅଭିଯୋଗ କୋଲାବିରା ଥାନାରେ ମୃତ ସୁନିତାର ବାପା କରିବା ସହ ଏତଲା ଦେଇଛନ୍ତି।