ରୋଷେଇକୁ ନେଇ କଳି ନେଲା ଉଗ୍ର ରୂପ, ସ୍ତ୍ରୀକୁ ହତ୍ୟା ପରେ ଖଟ ତଳ ବାକ୍ସରେ ଲୁଚାଇଥିଲା ସ୍ୱାମୀ, ତାପରେ…

Published By : Prameya-News7 Bureau | July 11, 2021 IST

ଉତ୍ତରପ୍ରଦେଶ ୧୦।୭ : ଲକ୍ଷ୍ନୌରେ ଏକ ହୃଦୟ ବିଦାରକ ହତ୍ୟା ମାମଲାର ଗୁମର ଖୋଲିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ କେବଳ ଏଥିପାଇଁ ଜୀବନରୁ ମାରିଦେଲେ, କାରଣ ମହିଳା ଜଣକ ନିଜ ଶାଶୁ ଏବଂ ସ୍ୱାମୀଙ୍କୁ ରୋଷେଇ କରି ଖାଇବାକୁ ଦେଇନଥିଲେ। ଅଭିଯୁକ୍ତ ଜଣକ ମହିଳାଙ୍କୁ ହତ୍ୟା କରି ଶବକୁ ବେଡ୍‌ ଭିତରେ ଲୁଚାଇ ସହର ବାହାରକୁ ଚାଲିଯାଇଥିଲେ।

ଯେତେବେଳେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଲା, ସେତେବେଳେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଖୋଜାଖୋଜି କରି ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ପୋଲିସ ଗିରଫ କରିନେଇଛି। ଏହି ଘଟଣା ଲକ୍ଷ୍ନୌର ମହାନଗର ସ୍ଥିତ ରହୀମନଗର ରାମଲୀଲା ଅଞ୍ଚଳର।

ମୋନୁ ରାଜପୁତ ୩୦ ବର୍ଷୀୟା ପତ୍ନୀ ଅଞ୍ଜୁଙ୍କ ସହିତ ରହୁଥିଲେ। ମୋନୁଙ୍କ ମାଆ ଭଉୟଙ୍କ ସହିତ ରହୁଥିଲେ। ମୋନୁ ଏବଂ ଅଞ୍ଜୁ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ ପ୍ରାୟ ସବୁବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳି ଲାଗିରହୁଥିଲା। ଅନେକ ଥର ଝଗଡ଼ା ପରେ ଅଞ୍ଜୁ ପୋଲିସକୁ ମଧ୍ୟ ଡାକୁଥିଲେ କିନ୍ତୁ ମାମଲା ବୁଝାସୁଝା କରି ଉଭୟଙ୍କୁ ଏକାଠି କରି ଦେଉଥିଲା ପୋଲିସ୍।

ଘଟଣା ଦିନ ସ୍ୱାମୀ ମୋନୁ ପତ୍ନୀ ଅଞ୍ଜୁଙ୍କୁ ରାନ୍ଧିବାକୁ କହିଥିଲେ, ଯେଉଁଥିରେ କ୍ରୋଧିତ ସ୍ତ୍ରୀ ଶାଶୁ ଏବଂ ସ୍ୱାମୀଙ୍କ ପାଇଁ ରୋଷେଇ କରିପାରିବେ ନାହିଁ ବୋଲି କହିଥିଲେ ଏବଂ ସ୍ୱାମୀଙ୍କୁ ଚପଲରେ ପିଟିଥିଲେ। ଏହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇଗଲା। ରାଗରେ ଆସି ସ୍ବାମୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ, ଯାହା ପରେ ମୃତଦେହକୁ ବେଡର ବାକ୍ସ ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ। ପରେ ଅଯୋଧ୍ୟା କୌଣସି ଏକ କାମରେ ଯାଇଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ପୀନିତାକୁ ନଜର ନଆସିବାରୁ ସମସ୍ତଙ୍କୁ ସନ୍ଦେହ ହୋଇଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.