Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଚରିତ୍ର ସନ୍ଦେହରେ ପତ୍ନୀହତ୍ୟା: କାଠ କାଟିବାକୁ ଜଙ୍ଗଲକୁ ଡାକି ନେଇ ହାଣିଦେଲା ସ୍ୱାମୀ, ଅଭିଯୁକ୍ତ ଗିରଫ

16/05/2020 at 8:34 PM

ଫତେଗଡ, ୧୬|୦୫:  ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ।

ସୂଚନାନୁସାରେ, ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତର କେସର ସିଂ ଗ୍ରାମର ଅଜାତି ନାଏକଙ୍କ ପୁଅ ଶ୍ରୀଧର ନାଏକ(୩୮) ତାଙ୍କ ପଡିଶା ଘରେ ରହୁଥିବା ଶ୍ୟାମା ନାଏକଙ୍କ ଝିଅ ସତ୍ୟଭାମା ନାଏକ(୩୫)ଙ୍କୁ ୧୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ମଧ୍ୟ ରହିଛି । ଶ୍ରୀଧର ଭୁବନେଶ୍ୱରରେ ଅଟୋ ଡ୍ରାଇଭର ଭାବେ କାମ କରନ୍ତି । ତେବେ ଶୀଧରଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଜଣେ ଯୁବକଙ୍କ ସହ ସତ୍ୟାଭାମାଙ୍କର ଅନୈତିକ ସମ୍ପର୍କ ରହିଥିଲା । ଗତ ଗୁରୁବାର ରାତିରେ ଶ୍ରୀଧର ସେହି ଯୁବକ ଓ ସ୍ତ୍ରୀ ସତ୍ୟଭାମାଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ । ଏନେଇ ସେ ସତ୍ୟଭାମାଙ୍କ ବାପ ଘର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ । ତେବେ ସତ୍ୟଭାମାଙ୍କ ବାପା ଓଲଟା ଶ୍ରୀଧରଙ୍କୁ ମାରିବା ନେଇ ଧମକ ମଧ୍ୟ ଦେଇଥିଲେ ।

ତେବେ ଶୁକ୍ରବାର ଶ୍ରୀଧର ଓ ସତ୍ୟାଭାମା ଗ୍ରାମରେ ଥିବା ଏକ ପାହାଡକୁ କାଠ ପାଇଁ ଯାଇଥିଲେ । ସେଠାରେ ହିଁ ଶ୍ରୀଧର ଏକ କଟୁରୀରେ ସତ୍ୟଭାମାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ସତ୍ୟଭାମାଙ୍କ ମୃତ୍ୟୁ ହୋଇଯାଇଥିଲା । ଏକଥା ସେ ନିଜେ ତାଙ୍କ ଝିଅଙ୍କୁ ଫୋନ କରି ଜଣାଇଥିଲେ । ଏହି ଖବର ପୋଲିସ ପାଇବା ପରେ ପାହାଡ ଉପରେ ବହୁ ଖୋଜାଖୋଜି କରିଥିଲା । ତେବେ ଶନିବାର ସକାଳେ ପୋଲିସ ସତ୍ୟାଭାମାଙ୍କ ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ଶ୍ରୀଧରଙ୍କୁ ମଧ୍ୟ ଗିରଫ କରିଛି ।

   Related Posts