Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସନ୍ଦେହରୁ ସଂସାର ଶେଷ : ଅନୈତିକ କାର୍ଯ୍ୟରେ ଲିପ୍ତ ସନ୍ଦେହରେ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

8/01/2021 at 7:39 PM

ଲକ୍ଷ୍ନୌ ୦୮/୦୧ : ଉତ୍ତର ପ୍ରଦେଶ ମହୋବା ଜିଲ୍ଲାର ଖରେଲା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଅବୈଧ ସମ୍ପର୍କ ସନ୍ଦେହରେ ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକରିଛି ସ୍ବାମୀ । ଏହି ଘଟଣା ବୁଧବାର ରାତିରେ ଘଟିଥିବା ପୋଲିସ ସୂଚନା ଦେଇଛି । ପତ୍ନୀର ଅନ୍ୟ କେଉଁ ଯୁବକ ସହ ଅନୈତିକ ସମ୍ପର୍କ ଥିବା ପୋଲିସକୁ କହିଛି ଅଭିଯୁକ୍ତ ସ୍ବାମୀ ।

ମିଳିଥିବା ସୂଚନା ଅନୁସାରେ, ପତି ପତ୍ନୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଅନେକ ସମୟରେ ଝଗଡା ହେଉଥିଲା । ଏସପି ରାଜେନ୍ଦ୍ର କୁମାର ଗୌତମ କହିଛନ୍ତି, ବୁଧବାର ରାତିରେ ସୂଚନା ମିଳିଥିଲା ଯେ ଖରେଲାରେ ଜଣେ ବ୍ୟକ୍ତି ତାର ପତ୍ନୀର ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

ପୋଲିସ କହିବା ମୁତାବକ ଅବୈଧ ସମ୍ପର୍କକୁ ନେଇ ପତି ବଳରାମ ଏବଂ ତାର ପତ୍ନୀ ସୁନୀତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାରି ମଧ୍ୟରେ ପାଖରେ ଥିବା ଏକ ଟାଙ୍ଗିଆରେ ଆଣି ସୁନୀତାକୁ ଆକ୍ରମଣ କରିଥିଲା ବଳରାମ । ଯାହା ଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ ସୁନୀତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ମହିଳାଙ୍କ ଭାଇଙ୍କ ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ପତି ବଳରାମ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।

ଅଭିଯୁକ୍ତ ବଳରାମଙ୍କ ପଡୋଶୀ କହିଛନ୍ତି, କିଛି ଦିନ ହେଲା ସେ ମାନସିକ ବିକାରଗସ୍ତ ଭଳି ଜଣା ପଡୁଥିଲା ଏବଂ ସବୁବେଳେ ପତି ପତ୍ନୀଙ୍କ ମଧ୍ୟରେ, ଅନ୍ୟ କାହା ସହ ଅନୈତିକ ସମ୍ପର୍କକୁ ଝଗଡା ମଧ୍ୟ ହେଉଥିବା । ଘଟଣା ଦିନ ରାତିରେ ଉତ୍ତ୍ୟକ୍ତ ହୋଇ ପତ୍ନୀ ସୁନୀତାକୁ କଟୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

   Related Posts