ମଝି ରାସ୍ତାରେ ସ୍ତ୍ରୀକୁ ଛେଚି ହତ୍ୟା କଲା ପିଶାଚ ସ୍ୱାମୀ

Published By : Prameya-News7 Bureau | January 06, 2019 IST

ଝାରସୁଗୁଡା ୬/୧ : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭତଲମା ଗାଁରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଘରକୁ ଫେରୁଥିବାବେଳେ ବିଚ୍‌ ରାସ୍ତା ଉପରେ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛି ପିଶାଚ ସ୍ୱାମୀ । ମୃତ ସ୍ତ୍ରୀ ସୁନିତା ଦଣ୍ଡସେନା ଓ ଅଭିଯୁକ୍ତ ସ୍ୱାମୀ ଅଶୋକ ଦଣ୍ଡସେନା । ଅଭିଯୁକ୍ତ ସ୍ୱାମୀକୁ କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଅଶୋକ ଦଣ୍ଡସେନା ଓ ସୁନିତା ଦଣ୍ଡସେନା ଉଭୟ ଦିନ ମଜୁରିଆ ଅଟନ୍ତି । ଗତକାଲି ରାତିରେ ଘରରୁ ଫେରୁଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ସୃଷ୍ଟି ହୋଇଥିଲା । କଳହ ଏତେ ବଢିଯାଇଥିଲା ଯେ ଅଶୋକ ଏଥିରେ ଉତକ୍ଷୀପ୍ତ ହୋଇ ପଥରରେ ସୁନୀତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ରାସ୍ତାକଡରୁ ସୁନୀତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ପାଇବାପରେ କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଅଭିଯୁକ୍ତ ଅଶୋକକୁ ଗିରଫ କରି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.