ସ୍ୱାମୀ ସାଜିଲା ସୈତାନ, ମଦ ନିଶାରେ କିନ୍ନର ସ୍ତ୍ରୀକୁ କୋଦାଳରେ ପିଟି ପିଟି କଲା ହତ୍ୟା

Published By : Prameya-News7 Bureau | October 19, 2021 IST

ତେଲକୋଇ, ୧୯/୧୦: କେନ୍ଦୁଝର ଜିଲ୍ଲା ଦୈତାରି ଥାନା ବ୍ରାହ୍ମଣୀପାଳ ଫାଣ୍ଡି ହଟିଙ୍ଗରେ ଅଭାବନୀୟ ଘଟଣା । ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ । ଖାଇବାକୁ ଦେଲାନି ବୋଲି ସ୍ବାମୀ ନିଜ କିନ୍ନର ସ୍ତ୍ରୀକୁ କୋଦାଳରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛି। ଖାଇବା-ପିଇବାକୁ ନେଇ ଉଭୟଙ୍କ ମଧ୍ଯରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସଦାଶିବ ସାମଲ କିନ୍ନର ସ୍ତ୍ରୀ ସଂନ୍ଧ୍ୟାଙ୍କୁ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲା ।

ମୃତକ ସ୍ତ୍ରୀ ଜଣେ କିନ୍ନର ହୋଇଥିବା ବେଳେ ତାଙ୍କର ନା ସଂଧ୍ଯ୍ଯା କିନ୍ନର। ସଦାଶିବଙ୍କ ଘର ଯାଜପୁର ଜିଲ୍ଲା ଟମକା ଥାନା ବାଙ୍ଗରକୋଟା ବୋଲି ଜଣାପଡିଛି । ଉଭୟ ବ୍ରାହ୍ମଣିପାଳ ଫାଣ୍ଡି ହଟିଙ୍ଗରେ ଭଡାନେଇ ରହୁଥିଲେ । ସଦାଶିବ ଦୈତାରି ରେଲଓ୍ବେ ଷ୍ଟେସନରେ ବାଗିନରେ ଲେବର ଭାବେ କାମ କରୁଥିଲା । ତେବେ ଘଟଣା ସମ୍ବନ୍ଧରେ ଦୈତାରୀ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.