Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଅମାନୁଷିକ ! ପତ୍ନୀ ଓ ୩ ଶିଶୁଙ୍କୁ ଗଳା କାଟି ହତ୍ୟା କଲା ଶିକ୍ଷକ : ହତ୍ୟାର କାରଣ ଅସ୍ପଷ୍ଟ

22/06/2019 at 3:04 PM

ନୂଆଦିଲ୍ଲୀ ୨୨/୬ : ଦିଲ୍ଲୀରୁ ଏକ ରୁମ ଟାଙ୍କୁରା ଘଟଣା ଘଟିଛି । ଦିଲ୍ଲୀ ମହାରୌଲି ଅଞ୍ଚଳ ୱାର୍ଡ ୨ରେ ଜଣେ ବ୍ୟକ୍ତି ନିଜ ୩ ଶିଶୁ ଏବଂ ପତ୍ନୀକୁ ହତ୍ୟା କରିଛି । ଅଭିଯୁକ୍ତ ବାପା ପ୍ରଥମେ ଛୁରୀରେ ଆକ୍ରମଣ କରି ତାପରେ ଶିଶୁଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଛି । ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ହତ୍ୟା କରିସାରିବା ପରେ ଏକ ନୋଟ ଲେଖିଥିଲେ । ସେ ୪ଜଣଙ୍କୁ ହତ୍ୟା କରିଥିବା ଏହି ନୋଟରେ ଲେଖିଛି ଏବଂ ନିଜ ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତ ଜଣକ ପେସାରେ ଜଣେ ଶିକ୍ଷକ । ସେ ପିଲାଙ୍କୁ ଟିଉସନ ମଧ୍ୟ କରିଥିଲା । ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । 

ତେବେ ଅଭିଯୁକ୍ତ ଏଭଳି ପଦକ୍ଷେପ କାହିଁକି ନେଲା ଓ କାହିଁକି ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତର ଦୁଇଟି ଝିଅ ଓ ଗୋଟିଏ ପୁଅ । ବଡ ଝିଅର ବୟସ ୭ ବର୍ଷ, ପୁଅର ବୟସ ୫ବର୍ଷ ଓ ସାନ ଝିଅ ମାତ୍ର ଦେଢ଼ ମାସର । ଅଭିଯୁକ୍ତ ହତ୍ୟାକାରୀ ହେଲା ଉପେନ୍ଦ୍ର ଶୁକ୍ଳା । ଗତକାଲି ବିଳମ୍ବିତ ରାତି, ପାଖାପାଖି ସାଢେ ଗୋଟେ ବେଳେ ଏହି ହତ୍ୟାକାଣ୍ଡ ଘଟିଛି ।

ପୋଲିସ ଅଭିଯୁକ୍ତ ଉପେନ୍ଦ୍ରକୁ ଗିରଫ କରି ପଚରାଉଚୁରା କରୁଛି । ତେବେ ସେ ମାନସିକ ଅବସାଦଗ୍ରସ୍ତ ହୋଇ ଏହିଭଳି କରିଥିବା କହିଛି । ଯେଉଁଗଛରେ ହତ୍ୟାକାଣ୍ଡ ଘଟିଛି ସେଠାରେ ଅଭିଯୁକ୍ତର ଶାଶୁ ମଧ୍ୟ ରହୁଥିଲେ । ଉପେନ୍ଦ୍ର ସକାଳ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ସେ ପଡୋଶୀଙ୍କୁ ଖବର ଦେଇଥିଲେ । ଏହାପରେ ପଡୋଶୀ ୧୦୦ କୁ ଫୋନ କରି ସୂଚନା ଦେଇଥିଲେ । ସୂଚନାପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଂଚି କବାଟ ଖୋଲି ଦେଖିଥିଲା ଉପେନ୍ଦ୍ର ନିଜ ପତ୍ନୀ ଓ ୩ ଶିଶୁଙ୍କୁ ହତ୍ୟା କରିଛି । ଶବ ନିକଟରୁ ଦୁଇଟି ନୋଟ ଜବତ କରିଥିଲା ପୋଲିସ । ଗୋଟିଏରେ ହିନ୍ଦୀରେ ଓ ଅନ୍ୟଟିରେ ଇଂଲିଶରେ ଲେଖା ହୋଇଥିଲା । ନୋଟରେ ଲେଖା ହୋଇଥିଲା ଯେ, ସମସ୍ତ ହତ୍ୟା ସେ ନିଜେ କରିଛି ।

ସୂଚନାଯୋଗ୍ୟ ଯେ, ଉପେନ୍ଦ୍ରର ପତ୍ନୀଙ୍କୁ ଡାଏବେଟିସ ଥିଲା । ତାଙ୍କର ଆର୍ଥିକ ସମସ୍ୟା ମଧ୍ୟ ରହିଥିଲା । ତେବେ ଆର୍ଥିକ ସମସ୍ୟା ପାଇଁ ସେ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

   Related Posts