ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ! ଥାନାରେ ଅଭିଯୋଗ
11/07/2020 at 11:03 AM

ସୋର ୧୧।୦୭: ସୋର ବାଗୁଡି ଘୋଡାମରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ମହିଳା ସୁକାନ୍ତି ବେହେରା ବୋଲି ଜଣାପଡିଛି । କିନ୍ତୁ ପରିବାର ପକ୍ଷରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମହିଳାଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ରାତିରେ ବାଗୁଡି ଘୋଡାମରା ଗ୍ରାମର ସୁକାନ୍ତି ବେହେରାଙ୍କୁ ତାଙ୍କ ସ୍ବାମୀ ଉମାକାନ୍ତ ବେହେରା ମାଡ ଦେଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏନେଇ ସୁକାନ୍ତିଙ୍କ ଭାଇ ରମେଶ ଲେଙ୍କା ରାତି ଦୁଇଟାରେ ସୋର ଥାନାରେ ଅଭିଯୋଗ କରିଛି। ସୁକାନ୍ତିଙ୍କ ମୁଣ୍ଡ, ପିଠି ଓ ବେକରେ ମାଡ ଦାଗ ରହିଥିବା ରମେଶ ଅଭିଯୋଗରେ ଦର୍ଶାଇଛନ୍ତି । ଗତ ୨୨ ବର୍ଷ ତଳେ କେଦାରପୁର ଗ୍ରାମର ରମେଶର ଭଉଣୀ ସୁକାନ୍ତିକୁ ଉମାକାନ୍ତ ବିବାହ କରିଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।