Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ !

21/01/2020 at 9:02 PM

ନବରଙ୍ଗପୁର ୨୧।୦୧:  ସ୍ବାମୀର ଟାଙ୍ଗଆ ଚୋଟରେ ସ୍ତ୍ରୀ ମୃତ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତାରଗାଁରେ । ମୃତକ ନବିନା ହରିଜନ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ବାମୀ ମୋହନ ହରିଜନ ଫେରାର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ତାରଗାଁରେ ଗାଁରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । କିଛି ଦିନ ହେଲେ ନବିନା ନିଜ ବାପ ଘରେ ରହିଆସୁଥିଲା । ତେବେ ସ୍ବାମୀ ନିଜ ଇନ୍ଦିରା ଆବାସ ଘରକୁ ନେଇ ଗାଁର ଜଣଙ୍କୁ ଭଡାରେ ଦେଇଦେଇଥିଲା । ଯାହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କଥା କଟାକଟି ଏତେ ଭୟଙ୍କର ଥିଲା ଯେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ଦେଖାଦେଇଥିଲା , ପରେ ସ୍ବାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆ ଚୋଟ ହାଣି ହତ୍ୟା କରିଛି ବୋଲି ଝିଅର ପରିବାର ଲୋକେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଥାନାରେ ଅଭିଯୋଗ ପରଠାରୁ ସ୍ବାମୀ ମୋହନ ହରିଜନ ଫେରାର ଅଛନ୍ତି ।

   Related Posts