ପାରିବାରିକ କଳହର କରୁଣ ପରିଣତି, ଗଳାକାଟି ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | October 28, 2021 IST

କୋରାପୁଟ, ୨୮/୧୦: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଟାଙ୍ଗିଆରେ ହାଣି  ସ୍ତ୍ରୀକୁ  ହତ୍ୟା କରିଛି ସ୍ୱାମୀ । ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡ଼ିଛି । ଗୁରୁତରକୁ  କୁନ୍ଦୁଲି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ଘଟିଛି  କୋରାପୁଟ ଜ଼ିଲ୍ଲା ପଟାଙ୍ଗି ଥାନା  ଅନ୍ତର୍ଗତ ସାଡାମ ପଞ୍ଚାୟତର ଟୋଟାଗୁଡା ଗ୍ରାମରେ। ପାରିବାରିକ କଳହରୁ ସ୍ୱାମୀ ଲାଣ୍ଡୁ ଗେମେଲ ବୟସ (୩୭) ସ୍ତ୍ରୀ ବାନ୍ଧ ଗେମେଲକୁ  ଅତି ନୃଶଂସ ଭାବେ ବେକ କାଟି ହତ୍ୟା କରିଛି। ସ୍ତ୍ରୀକୁ ହତ୍ୟା କରିବାପରେ  ମାନସିକ ଭାରସ୍ୟାମ ହରାଇ ନିଜେ ନିଜ ବେକ କାଟି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ସାହି ପଡିଶା ଉଦ୍ଧାର କରି ନିକଟସ୍ଥ କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରବର୍ତ୍ତୀ ସମୟରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା। ଗାଁ ଲୋକଙ୍କ କହିବା ଅନୁଯାୟୀ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା। କଳହ ଉଗ୍ରରୂପ ନେବାରୁ ସ୍ୱାମୀ ନିଜେ ମରିବା ସହିତ ସ୍ତ୍ରୀ କୁ ମାରିବା ପାଇଁ ନିଷ୍ପତି ନେଇ ଏହି ଭଳି ଜଘନ୍ୟ କାଣ୍ଡ ଘଟାଇଛି ବୋଲି କହିଛନ୍ତି । ସୂଚନା ପାଇ ପଟାଙ୍ଗି ପୋଲିସ ଘଟଣାସ୍ଥଲରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.