ଗତ ୫ଦିନରୁ ସ୍ବାମୀ ନିଖୋଜ : ମୋ ସ୍ବାମୀଙ୍କୁ ଫେରାଇ ଆଣ କହି ଆକୁଳ ନିବେଦନ କରୁଛନ୍ତି ସ୍ତ୍ରୀ

Published By : Prameya-News7 Bureau | March 09, 2020 IST

ଉଦଳା  ୯/୩: ଆକୁଳ ନିବେଦନ କରି ପତ୍ନୀ କହୁଛନ୍ତି ମୋ ସ୍ବାମୀଙ୍କୁ ଫେରାଇ ଆଣ । ଗତ ୫ ଦିନ ହେବ ଉଦଳା ବିଜ୍ଞପିତ ଅଞ୍ଚଳର ୧୧ ନମ୍ବର ୱାର୍ଡର ଜଗଦାନନ୍ଦ ମହାପାତ୍ର କୁଆଡେ ଯାଇଛନ୍ତି କିଛି ପତ୍ତା ମିଳୁନି । ସାରା ପରିବାର ଏବଂ ସଂପର୍କୀୟ କାନ୍ଦୁଛନ୍ତି । ଭୟ ଏବଂ ଆଶଙ୍କାରେ ଅଛନ୍ତି ଜଗଦାନନ୍ଦଙ୍କ ପତ୍ନୀ । ଜଗଦାନନ୍ଦ ମହାପାତ୍ର ଗତ ୫ ତାରିଖ ଦିନ ବାଲେଶ୍ବର ଜିଲ୍ଲା ପୁରୁଣା ଗାଁକୁ ଯାଇଥିଲେ । ସେଠାରୁ ସେ ବସ୍ ଯୋଗେ ଉଦଳା ଫେରିଥିଲେ ।

{"id":235300,"sizeSlug":"large"}

ସନ୍ଧ୍ୟା ସମୟରେ ଉଦଳା ବସଷ୍ଟାଣ୍ଡରେ ପହଂଚିବା ପରେ ପତ୍ନୀଙ୍କ ସହିତ ଫୋନରେ କଥା ହୋଇଥିଲେ । କିଛି କାମ ସାରି ଘରେ ପହଂଚିବେ ବୋଲି କହିଥଲେ । ହେଲେ ଘଣ୍ଟାଏ ପରେ ବି ଜଗଦାନନ୍ଦ ଘରକୁ ନଫେରିବାରୁ ତାଙ୍କୁ ଫୋନ୍ କରିଥିଲେ ପତ୍ନୀ ସରିତା ମହାପାତ୍ର । ହେଲେ ଜଗଦାନନ୍ଦଙ୍କ ଫୋନ୍ ସୁଇଚ ଅଫ୍ ଆସିଥିଲା । ପରିବାର ଲୋକେ ବସଷ୍ଟାଣ୍ଡ ଆସି ଖୋଜିଥିଲେ । ବସଷ୍ଟାଣ୍ଡରେ ଏକ ଦୋକାନରେ ଜଗଦାନନ୍ଦ ନିଜ ବ୍ୟାଗ ଛାଡିଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।

{"id":235301,"sizeSlug":"large"}

ଖୋଜାଖୋଜି ପରେ ପତ୍ତା ନ ପାଇବାରୁ ଶେଷରେ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଜଗଦାନନ୍ଦଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।  ଏହି ମାମଲାରେ ପୋଲିସ୍ ତଦନ୍ତ କରୁଛି । ତେବେ ଜଗଦାନନ୍ଦ ଗଲେ କୁଆଡେ, କିଏ ତାଙ୍କୁ ଅପହରଣ କରିଲା ଏହି ପ୍ରଶ୍ନ ଚିନ୍ତା ବଢାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.