Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଓଜନ ବଢିବା କାରଣରୁ ସ୍ତ୍ରୀକୁ ଖାଇବାକୁ ଦେଉନଥିଲା ସ୍ବାମୀ ; ୧୦ବର୍ଷ ହେବ ଦେଉଥିଲା ନିର୍ଯାତନା

13/11/2018 at 11:43 AM

ପୁଣେ ୧୩|୧୧:  ମହାରାଷ୍ଟ୍ର ପୁଣେରେ ଏଭଳି ଏକ ଘଟଣା ନଜରକୁ ଆସିଛି ସ୍ତ୍ରୀର ଓଜନ ବଢିବା କାରଣରୁ ଖାଇବାକୁ ଦେଉନଥିଲା ସ୍ବାମୀ । ପୁଣେ କ୍ରୋନ୍ଧଓ୍ବା ସ୍ଥିତ ଉନ୍ଦରିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀର ଓଜନ କମ୍ କରିବା ପାଇଁ ତାଙ୍କୁ ଜୋର ଜବରଦସ୍ତି କିଛି ଦିନ ହେବ ଉପାସରେ ରଖିଥିଲେ । ନଖାଇବା କାରଣରୁ ୩୪ବର୍ଷୀୟ ମହିଳାଙ୍କ ଆବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ଫଳରେ ମହିଳା ଜଣଙ୍କ ଏଭଳି ଅତ୍ୟାଚାର ସହ୍ୟ କରିନପାରି ଏବେ ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଏବଂ ସଂପୃକ୍ତ ମହିଳା ୨୦୦୬ ମସିହାରେ ବିବାହ କରିଥିଲେ । ବିବାହ ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଉନ୍ଦରି ଇଷ୍ଟେଟ ଇଷ୍ଟୋନିଆ ସୋସାଇଟିରେ ରହିବାକୁ ଲାଗିଲେ । ବିବାହର ୬ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ୬ମାସ ପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ମହିଳାଙ୍କ ଓଜନ ମଧ୍ୟ ବଢିଯାଇଥିଲା। ସ୍ତ୍ରୀର ଓଜନ ବଢିବା କାରଣରୁ ଅଭିଯୁକ୍ତ ସ୍ବାମୀ ବହୁତ ଚିନ୍ତାରେ ରହୁଥିଲେ । ସ୍ତ୍ରୀଙ୍କର ଓଜନ କମ୍ କରାଇବା ପାଇଁ ସେ ତାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ଏଭଳି ଭାବେ କିଛିଦିନ ସେ ତାଙ୍କୁ ଉପାସରେ ରଖିଥିଲେ। ଏହାଛଡା ଅଭିଯୁକ୍ତ ସ୍ତ୍ରୀଙ୍କ ବାପା ମାଆଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ।

ଅଭିଯୁକ୍ତ ପୀଡିତା ମହିଳାଙ୍କୁ ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ଅତ୍ୟାଚାର କରୁଥିଲା । ଖାଇବାକୁ ନଦେବା ସହ ମାରପିଟ ମଧ୍ୟ କରୁଥିଲା । ଏହାପରେ ଅଭିଯୁକ୍ତ ହଠାତ୍ ସେହି ଘର ଛାଡି ବାବଧାନରେ ରହିବାକୁ ଲାଗିଲେ । ଘର ଛାଡିବା ପରେ ଉକ୍ତ ଫ୍ଲାଟ୍ କୁ ବିକ୍ରି କରିବା ପାଇଁ ମଧ୍ୟ ସେ ପୀଡିତା ମହିଳାଙ୍କୁ ବାଧ୍ୟ କରିଥିଲେ ।

ପୀତିଡା ମହିଳା ଏବଂ ତାଙ୍କ ସ୍ବାମୀ ଉଭୟ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଗତ ମାସରେ ମହିଳାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା । ଉଭୟଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ।

ଉନ୍ଦରିରେ ନିଜ ଘର ଛାଡିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଛାଡପତ୍ର ଦେବା ପାଇଁ ନୋଟିସ୍ ପଠାଇଥିଲା । ମାତ୍ର ପିଡୀତା ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ । ପୀଡିତା ବିବାହ କାଉନସେଲିଂ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ମାତ୍ର ଅଭିଯୁକ୍ତ ସ୍ବାମୀ ତାଙ୍କୁ ସେ ସମ୍ବନ୍ଧରେ କିଛି ହେଲେ ବି ଉତ୍ତର ଦେଇନଥିଲେ । ଶେଷରେ ପୀଡିତା ମହିଳାଙ୍କୁ କିଛି ବାଟ ନମିଳିବାରୁ ସେ ଶେଷରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ନିକଟରେ ମାମଲା ଦାୟର ମଧ୍ୟ କରିଛନ୍ତି ।

   Related Posts