ମହିଳାଙ୍କୁ ମଦ ପିଆଇ ଅପ୍ରାକୃତିକ ସମ୍ବନ୍ଧ ରଖିଲେ ସ୍ଵାମୀ, ଆପତ୍ତିଜନକ ଭିଡ଼ିଓ ସୁଟିଂ କଲେ ସ୍ଵାମୀଙ୍କର ସାଙ୍ଗ

Published By : Prameya-News7 Bureau | February 12, 2019 IST

ଭାଗଲପୁର ୧୨/୨- ବିହାର ଭାଗଲପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିଜ ସ୍ଵାମୀ ମଦ ପିଆଇ ସ୍ତ୍ରୀ ସହିତ ରଖିଲେ ଅପ୍ରାକୃତିକ ସମ୍ଵନ୍ଧ ଓ ସାଙ୍ଗ ଜରିଆରେ କଲେ ଅଶ୍ଳୀଳ ଭିଡ଼ିଓ ସୁଟିଂ ।

ମହିଳାଙ୍କ ଅଭିଯୋଗ ଅନୁସାରେ, ସେ ରମେଶ ନାମକ ଜଣେ ଯୁବକଙ୍କ ସହ ୨୦୧୬ ମସିହାରେ ହୋଇଥିଲା ବିବାହ । ଶଶ୍ଵରଘର ଲୋକ ଅନେକ ସମୟରେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ବି ଦେଉଥିଲେ । ବିଭିନ୍ନ ସମୟରେ ବାପଘରୁ ଟଂକା ଆଣିବାକୁ କରୁଥିଲେ ବାଧ୍ୟ । ମହିଳା ଏସବୁ ଘଟଣାକୁ ନୀରବରେ ସହି ଯାଉଥିଲେ ।

କିନ୍ତୁ ସ୍ଵାମୀଙ୍କର ତାଡ଼ନା ଏତେ ପରିମାଣରେ ବଢ଼ିଯାଇଥିଲା ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା କଥା କହିଛନ୍ତି ମହିଳା । ସ୍ଵାମୀ ସବୁବେଳେ ମଦ୍ୟପାନ କରି ଘରକୁ ଫେରିବା ପରେ ଆରମ୍ଭ କରୁଥିଲେ ନିର୍ଯ୍ୟାତନା । ଅନେକ ସମୟରେ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେବାକଥା କହିଛନ୍ତି ମହିଳା ।

ସେଦିନ ସ୍ଵାମୀ ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ସହ ଘରକୁ ଆସିଥିଲେ ।  ସେମାନେ ବେଡ଼୍ ରୁମରେ ବସି ମଦ୍ୟପାନ କରିଥିଲେ । ସେମାନେ ମଦ ପିଇବା ବେଳେ ତାଙ୍କୁ ମଦ ପିଇବା ପାଇଁ ବାଧ୍ୟ କରିଥିଲେ । ସେ ମନା କରିବାରୁ ତାଙ୍କ ସ୍ଵାମୀ ବାଧ୍ୟକରି ପିଆଇଥିଲେ ମଦ ।

ମହିଳାଙ୍କ କହିବା ଅନୁସାରେ ମଦ ପିଇସାରିବା ପରେ ତାଙ୍କ ସହ ଅପ୍ରାକୃତିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ତାଙ୍କ ସ୍ଵାମୀ ଏହି ପ୍ରକାର ସଂପର୍କ ରଖିବା ସମୟରେ ତାଙ୍କ ବନ୍ଧୁ ଭିଡ଼ିଓ ସୁଟିଂ କରିଥିବା କଥା ମଧ୍ୟ କହିଛନ୍ତି ।

ଏହି ଭିଡ଼ିଓ ମାଧ୍ୟମରେ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ବନ୍ଧୁ ମଧ୍ୟ ଏହି ଭିଡ଼ିଓ ଦେଖାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ମହିଳା ।

 

ଏହି ଘଟଣାରେ ପୋଲିସ ତାଙ୍କ ସ୍ଵାମୀ ଓ ସାଙ୍ଗକୁ ଗିରଫ କରିବା ସହ ପରିବାରର ଦିଅର-ଶାଶୁ-ଶଶ୍ଵରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.