Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସ୍ତ୍ରୀର ଜୁଇକୁ ଡେଇଁପଡିଲେ ସ୍ୱାମୀ: ମାତ୍ର ତିନି ମାସ ତଳେ ହୋଇଥିଲା ବିବାହ, ମୃତ ପତ୍ନୀ ଥିଲେ ଗର୍ଭବତୀ

23/06/2020 at 6:50 PM

ମୁମ୍ବାଇ, ୨୩|୦୬: ପତ୍ନୀଙ୍କ ଜୁଇକୁ ଡେଇଁପଡିଲେ ପତି । ସ୍ତ୍ରୀଙ୍କ ଆତ୍ନହତ୍ୟା ପରେ ଶୋକରେ ବୁଡି ରହିଥିଲେ ସ୍ୱାମୀ । ଶେଷରେ ମ୍ରିୟମାଣ ହୋଇ ଜଳନ୍ତା ଜୁଇକୁ ମଧ୍ୟ ଡେଇଁବାକୁ ପଛାଇଲେନି ସ୍ୱାମୀ । ଏପରି ଏକ ଅଘଟଣ ଘଟିଯାଇଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ।

ସୂଚନାନୁସାରେ,  ଚନ୍ଦ୍ରପୁରର ଭଙ୍ଗାରାମ ଗ୍ରାମରେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ଜଣେ ୩ ମାସର ଗର୍ଭବତୀ ମହିଳା ରଚିତା କୂଅକୁ ଡେଇଁ ଆତ୍ମହତ୍ୟା  କରିଥିଲେ । ତାଙ୍କ ମୃତ୍ୟୁ ପରେ ପତି କିଶୋର ମଧ୍ୟ ଜଳନ୍ତା ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେ ପୁଣି କୂଅକୁ ଡେଇଁପଡି ଜୀବନ ହାରିଥିଲେ । କିଶୋର ରଚିତାଙ୍କୁ ବହୁତ ଭଲ ପାଉଥିଲେ ।

ଉଭୟଙ୍କ ବିବାହ ଲକଡାଉନ୍ ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା । କିଶୋର ଚନ୍ଦ୍ରପୁର ଆରଟିଓ ଅଫିସରେ ଡ୍ରାଇଭର ଭାବେ କାମ କରୁଥିଲେ । ବିବାହ ପରେ ରଚିତା ଗର୍ଭବତୀ ହୋଇଥିଲେ । ତେବେ ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ସେ ତାଙ୍କ ବାପା ଘରକୁ ଯାଇଥିଲେ । ରବିବାର ରଚିତା ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଏକ କୂଅ ନିକଟରୁ ତାଙ୍କ ଚପଲ ଦେଖିବାକୁ ପାଇଥିଲେ । ରଚିତା ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ରଚିତାଙ୍କ ମୃତଦେହ ଉଦ୍ଧାର କରିବା ସହ ଆତ୍ମହତ୍ୟାର କାରଣ ବାବଦରେ ତଦନ୍ତ ଆରମ୍ଭ କରିଥିଲା । 

ପୋଷ୍ଟମଟର୍ମ ପରେ ଜୁନ ୨୨ରେ ଗ୍ରାମର ଶ୍ମଶାନରେ ରଚିତାଙ୍କ ଅନ୍ତିମ ସଂସ୍କାର କରାଯିବା ସହ ଜୁଇ ଲଗାଯାଇଥିଲା । ହଠାତ କିଶୋର ଜୁଇକୁ ଡେଇଁପଡିଥିଲେ । ଏହାପରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେ ଏକ କୂଅକୁ ଡେଇଂ ଜୀବନ ହାରିଥିଲେ ।

   Related Posts