Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଇକ୍‌ରେ ଯାଉଥିଲେ ସ୍ବାମୀ, ସ୍ତ୍ରୀ ଓ ଛୁଆ… ଦାମ୍ପତ୍ୟ କଳହରୁ ରାଗିଯାଇ କାଠଯୋଡିକୁ ଡେଇଁପଡିଲେ ସ୍ବାମୀ, ସ୍ତ୍ରୀ ମଧ୍ୟ ଡେଇଁ ପଡୁଥିବା ବେଳେ ଅଟକାଇଲେ ଲୋକେ… ଜାଣନ୍ତୁ ପୂରା ଖବର

କଟକ ୯|୧୦: ପୋଲ ଉପରୁ କାଠଯୋଡି ନଦୀକୁ ଡେଇଁଲେ ଯୁବକ । ସ୍ତ୍ରୀ ଓ ଛୁଆ ସହ ଦେବବ୍ରତ ମହାପାତ୍ର ନାମକ ଯୁବକ କଟକରୁ ନିଜ ଗାଁ ନିଆଳି ଥାନା କରଞ୍ଜ ଗାଁକୁ ନିଜ ବାଇକ୍ ଯୋଗେ ଯାଉଥିଲେ । କିନ୍ତୁ କୌଣସି କାରଣରୁ ନିଜ ବାଇକ୍ କୁ ପୋଲ ଉପରେ ରଖି ଯୁବକ ଜଣଙ୍କ ହଠାତ୍ ଡେଇଁ ପଡିଲେ ନଦୀକୁ ।

ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଯୁବକ ଜଣଙ୍କ କାଠଯୋଡି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଦେବବ୍ରତ ମହାପାତ୍ର ନଦୀକୁ ଡେଇଁବା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଡେଇଁବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିନେଇଥିଲେ । ପୋଲିସ ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଦେବବ୍ରତଙ୍କ ସ୍ତ୍ରୀକୁ ମଧ୍ୟ ପଚରାଉଚରା ଜାରି ରହିଛି ।

୫ବର୍ଷ ତଳେ ଜଗତସିଂହପୁର ରଘୁନାଥପୁରରେ ଦେବବ୍ରତଙ୍କ ବିବାହ ହୋଇଥିଲା । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ ମନୋମାଳିନ୍ୟ ଥିବା ଦେବବ୍ରତଙ୍କ ଶ୍ବଶୁର କହିଛନ୍ତି ।

5907 Views

   ସମ୍ବନ୍ଧିତ ଖବର