ନାଇଟ୍‌ ସିଫ୍ଟରେ ଥିଲା ସ୍ବାମୀ, ଘରେ ସ୍ତ୍ରୀକୁ ମାରିଦେଲେ ଦୁର୍ବୃତ୍ତ, ୧୫ ଦିନ ପୂର୍ବରୁ ହୋଇଥିଲା ବାହାଘର

Published By : Prameya-News7 Bureau | November 06, 2021 IST

ମୁମ୍ବାଇ ୦୬/୧୧: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜଣେ ନବବିବାହିତାଙ୍କୁ ନିର୍ମମ ହତ୍ୟା ନେଇ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳାଙ୍କ ସ୍ବାମୀ ନାଇଟ୍‌ ସିଫ୍ଟରେ ଥିଲେ ଏବଂ ସକାଳେ ଘରକୁ ଫେରିବା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ମାମଲାର ଯାଞ୍ଚ କରିବାକୁ ପୋଲିସ ଦୁଇଟି ଟିମ୍‌ ଗଠନ କରିଛି ।

ବିରାର ପୋଲିସ ଅନୁସାରେ, ମୃତ ମହିଳା ପ୍ରିୟା କାମ୍ବଲେ ବୋଲି ଜଣାପଡ଼ିଛି । ରାତି ସିଫ୍ଟରେ କାର୍ଯ୍ୟ କରିବାକୁ ମହିଳାଙ୍କ ସ୍ବାମୀ ଯାଇଥିବା ବେଳେ ଘରେ ସ୍ତ୍ରୀର ହତ୍ୟା ହୋଇଥିଲା । ବିରାରରେ ଏକ ୩ ମହଲା ଫ୍ଲାଟ୍‌ରେ ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାକୁ ନେଇ ଆଇନ  ବ୍ୟବସ୍ଥା ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ମହିଳାଙ୍କର ଅକ୍ଟୋବର ୨୪ ଅର୍ଥାତ ୧୫ ଦିନ ପୂର୍ବରୁ  ବିବାହ ହୋଇଥିଲା । ବିରାର ଥାନା ଏସଏଚଓଙ୍କ ଅନୁସାରେ, ମହିଳାଙ୍କ ଶବ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୋଲିସ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.