ପାରିବାରିକ କଳହର କରୁଣ ପରିଣତି, କଟୁରୀରେ ହାଣି ସ୍ତ୍ରୀକୁ ମାରିଦେଲା ସ୍ବାମୀ

Published By : Prameya-News7 Bureau | June 29, 2021 IST

ନବରଙ୍ଗପୁର ।୬: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ନେଲା ସ୍ତ୍ରୀର ଜୀବନ । ନବରଙ୍ଗପୁର ଜିଲ୍ଲା ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।  

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁ ଗ୍ରାମର ବନମାଳୀ ଭତ୍ରା  ଏବଂ ତାଙ୍କ ସ୍ତ୍ରୀ ବୁଦମଣି ଭତ୍ରାଙ୍କ ପେଟକୁ କଟୁରୀରେ ଭୂଷି ହତ୍ୟା କରିଛି । ପାରିବାରିକ ଘଟଣାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା  ହୋଇଥିଲା ।  ବଚସା ଉଗ୍ର ରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା  । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ବାମୀ, ସ୍ତ୍ରୀଙ୍କୁ କଟୁରିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଘଟଣା ସମ୍ବନ୍ଧରେ ଅଭିଯୋଗ ପାଇ କୋଷାଗୁମୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.