ସ୍ତ୍ରୀର ବେକ କାଟିଦେଲା ମାତାଲ ସ୍ବାମୀ

Published By : Prameya-News7 Bureau | February 01, 2021 IST

ମାଲକାନଗିରି ୧।୨: ସ୍ତ୍ରୀର ବେକ କାଟି ହତ୍ୟାକଲା ସ୍ବାମୀ । ମାଲକାନଗିରି ଜିଲ୍ଲା ଏମ.ଭି. ୭୨ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମ.ଭି. ୭୨ ଗାଁ ଶାନ୍ତି ନଗରରେ ରହୁଥିବା ବିମଲ ମିସ୍ତ୍ରୀ ନାମକ ଜଣେ ଯୁବକଙ୍କ ସହ ବାସନ୍ତୀଙ୍କର ଗତ ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ବିବାହ ପରଠାରୁ ସ୍ବାମୀ ବିମଲ ମଦ ପିଇ ଘରକୁ ଫେରିବା ସହ ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରୁଥିଲା ।

ରବିବାର ରାତିରେ ମଧ୍ୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ସୋମବାର ସକାଳେ ନିଶାଶକ୍ତ ଅବସ୍ଥାରେ ବିମଲ ମିସ୍ତ୍ରୀ ନିଜ ସ୍ତ୍ରୀ ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଏମ.ଭି. ୭୯ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ଵାମୀ ବିମଲ ମିସ୍ତ୍ରୀକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.