Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମଦ୍ୟପ ସ୍ବାମୀର ବର୍ବର କାଣ୍ଡ : ସ୍ତ୍ରୀର ଗଳା କାଟି କଲା ହତ୍ୟା

9/11/2020 at 2:45 PM

ଜୟପୁର ୯।୧୧: ମଦୁଆ ସ୍ବାମୀର ବର୍ବର କାଣ୍ଡ । ମଦ ନିଶାରେ ସ୍ତ୍ରୀର ଗଳାକାଟି କଲା ହତ୍ୟା । ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦେବୀଘାଟ ଗ୍ରାମପଞ୍ଚାୟତର ଧୌଡା ପଦର ଗ୍ରାମରେ ।

ଅଭିଯୋଗ ଅନୁସାରେ ମଦ ପିଇବାକୁ ନେଇ ସ୍ବାମୀ କାର୍ତ୍ତିକ ଟାକ୍ରି ଓ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ସବୁ ଦିନ ଝଗଡା ଲାଗୁଥିଲା । ରବିବାର ବିଳମ୍ବିତ ରାତିରେ ମଦ ପିଇ କାର୍ତ୍ତିକ ଘରକୁ ଆସିଥିବାରୁ ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ।

ଏ ନେଇ କୋରାପୁଟ ସଦର ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ କାର୍ତ୍ତିକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ ।

   Related Posts